fbpx

ମହାଠକ ସୁକେଶ ହେବ ଦାନବୀର? ଜନ୍ମଦିନରେ ଦାନ କରିବାକୁ ଚାହୁଁଛନ୍ତି ୫କୋଟି ୧୧ ଲକ୍ଷ

ନୂଆଦିଲ୍ଲୀ: ଦିଲ୍ଲୀରେ ମଣ୍ଡୋଳୀ ଜେଲରେ ବନ୍ଦ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ବର୍ତ୍ତମାନ ଦାନବୀର ହେବାକୁ ଚାହୁଁଛନ୍ତି । ସେ ତାଙ୍କୁ ଜନ୍ମଦିନରେ ୫କୋଟି ୧୧ ଲକ୍ଷ ଟଙ୍କା ଦାନ ଦେବାକୁ ଡିଜି ଜେଲକୁ ଏକ ଲେଟର ଲେଖିଛନ୍ତି । ସୁକେଶ କହିଛନ୍ତି ଯେ, ସେ ଯାହା ବି ଦାନ କରିବାକୁ ଯାଉଛନ୍ତି, ସେ ନିଜେ ଭଲ ବାଟରେ ଏହି ଟଙ୍କାକୁ ରୋଜଗାର କରିଛନ୍ତି । ଏହା ଆମଦାନୀ ପ୍ରମାଣ କହିପାରିବ । ସୁକେଶ ଚାହୁଁଛନ୍ତି ଏହି ଟଙ୍କାର ବ୍ୟବହାର ସେହି କଏଦୀଙ୍କ ପାଇଁ କରାଯିବ ଯେଉଁମାନେ ବେଲ ବଣ୍ଡ ଭରି ପାରିନଥିବାରୁ ଜେଲରେ ବନ୍ଦୀ ଜୀବନ କଟାଉଛନ୍ତି ।

ସୁକେଶ ଚନ୍ଦ୍ରଶେଖରଙ୍କ ଓକିଲଙ୍କ ତରଫରୁ ଲେଟରକୁ ସାର୍ବଜନୀନ କରାଯାଇଛି । ସେ ଡିଜି ଜେଲକୁ ଏକ ପତ୍ର ଲେଖିକି ଅବେଦନ କରିଛନ୍ତି ଯେ, ମୁଁ ବନ୍ଦୀ କଏଦୀଙ୍କ ପାଇଁ ୫ କୋଟି ୧୧ ଲକ୍ଷ ଟଙ୍କା ଦେବାକୁ ଚାହୁଁଛି । ସୁକେଶ କହିଛନ୍ତି ଯେ, ଜେଲରେ ଥିବା ବନ୍ଦୀଙ୍କ ପରିବାର, ତାଙ୍କ ପିଲାମାନଙ୍କ ଶିକ୍ଷା ଏବଂ ଘରର ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସମକ୍ଷ ନୁହେଁ ।

ସୁକେଶ ଅହୁରୀ କହିଛନ୍ତି ଯେ, ମୁଁ ୨୦୧୭ ମସିହାରେ ଅଣ୍ଡରଟ୍ରାଏଲ କଏଦୀ ହେଲି ଏବଂ ଏଥିପାଇଁ ସେ ୪୦୦ ରୁ ଅଧିକ କଏଦୀଙ୍କ ବେଲବଣ୍ଡ ଭରିବା ପାଇଁ ଏବଂ ସେମାନଙ୍କ ପାରିବାରିକ କଲ୍ୟାଣର ସାହାଯ୍ୟ ନିଜ ତରଫରୁ କରିଥିଲି । ତେବେ ଆସନ୍ତା ମାର୍ଚ୍ଚ ୨୫ ତାରିଖରେ ସୁକେଶଙ୍କ ଜନ୍ମଦିନ ଦିନ ଏହି ଟଙ୍କାକୁ ସ୍ୱୀକାର କରାଯିବ ତେବେ ସେ ଖୁସି ହେବେ ବୋଲି କହିଛନ୍ତି ।

Get real time updates directly on you device, subscribe now.