fbpx
BJD SKY
BJD SKY

ଟଳିନି ବିପଦ! ଓମିକ୍ରନ ପରେ ଆସିପାରେ ଏକାଧିକ ନୂତନ ଭାରିଆଣ୍ଟ୍, ବିଶେଷଜ୍ଞ ଦେଲେ ଚେତାବନୀ

BJD

ନୂଆଦିଲ୍ଲୀ: ବିଶ୍ୱର ପ୍ରାୟ ସମସ୍ତ ଦେଶରେ ଓମିକ୍ରନ ପହଞ୍ଚିସାରିଲାଣି । ଅନେକ ଦେଶରେ ଓମିକ୍ରନ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ବେଳେ କିପରି ସେଥିରେ ସୁଧାର ଅଣାଯିବ ସେନେଇ ପ୍ରଚେଷ୍ଟା ଚଳାଇଛନ୍ତି । ହେଲେ ଏହା ଭିତରେ ବିଶେଷଜ୍ଞ ମାନେ ଦାବି କରିଛନ୍ତି ଯେ, ଓମିକ୍ରନ ଶେଷ ଭାରିଆଣ୍ଟ୍ ନୁହେଁ । ଏହା ପରେ ବି ଏକାଧିକ ଭାରିଆଣ୍ଟ୍ ଆସିବାର ସମ୍ଭାବନା ରହିଛି । ତେବେ କୋଭିଡ୍ ର ନୂତନ ଭାରିଆଣ୍ଟ୍ ଗୁଡ଼ିକ ଭାକସିନ୍ କୁ ମାତ୍ ଦେଇ ସଂକ୍ରମିତ କରିପାରନ୍ତି ବୋଲି ଚେତାବନୀ ଦେଇଛନ୍ତି ବିଶେଷଜ୍ଞ । ଭାକସିନରୁ ମିଳୁଥିବା ଇମ୍ୟୁନିଟି ଏହି ଭାରିଆଣ୍ଟ୍ ସାମନାରେ ଫିକା ପଡିପାରେ ବୋଲି ଆଶଙ୍କା କରାଯାଇଛି ।

କାରଣ ବର୍ତ୍ତମାନର ଓମିକ୍ରନ ଭାରିଆଣ୍ଟ୍ ମଧ୍ୟ ଟିକା ନେଇଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ସଂକ୍ରମିତ କରିପାରୁଛି । ଏମିତିକି ବୁଷ୍ଟର୍ ନେଇଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସଂକ୍ରମିତ କରିପାରୁଛି । ବିଶେଷଜ୍ଞ ମାନେ କହିଛନ୍ତି ଯେ, ଆମେ ଏହା କହିପାରିବା ନାହିଁ ଯେ, ଆଗାମୀ ଭାରିଆଣ୍ଟ କିପରି ରହିବ, ମହାମାରୀକୁ ଏହା କିପରି ରୂପଦେବ ତା ମଧ୍ୟ ଜଣାପଡ଼ିନାହିଁ । କିନ୍ତୁ ଏହାର ଗ୍ୟାରେଣ୍ଟି ଦିଆଯାଇପାରିବ ନାହିଁ ଯେ, ଓମିକ୍ରନ ପରେ ମହାମାରୀ ଶେଷ ହୋଇଯିବ । ବିଶେଷଜ୍ଞ ମାନେ କୋଭିଡ୍ ଭାକସିନ ଦେବା ଅଭିଯାନ ଜାରି ରଖିବାକୁ ଅପିଲ କରିଛନ୍ତି ।

ବୋଷ୍ଟନ୍ ୟୁନିଭରସିଟିର ଏପିଡେମୋଲୋଜିଷ୍ଟ୍ ଲିଓନାର୍ଡୋ ମାର୍ଟିନସ୍ କହିଛନ୍ତି ଯେ, ଦ୍ରୁତ ବିସ୍ତାର ହେତୁ ଓମିକ୍ରନ୍ ଅଧିକ ମ୍ୟୁଟେସନ୍ ସୃଷ୍ଟି କରିବାର ସୁଯୋଗ ମିଳିବ, ଯାହାଫଳରେ ଅଧିକ ଭାରିଆଣ୍ଟ ଆସିବାର ସମ୍ଭାବନା ବଢ଼ିବ । ନଭେମ୍ବର ମଧ୍ୟଭାଗରେ ଏହି ଭାରିଆଣ୍ଟ ଆସିବା ପରଠାରୁ ନିଆଁ ଭଳି ସମଗ୍ର ବିଶ୍ୱରେ ଏହା ବ୍ୟାପିବାରେ ଲାଗିଛି । ଅନୁସନ୍ଧାନରୁ ଜଣାପଡିଛି ଯେ. ଓମିକ୍ରନ୍, ଡେଲ୍ଟା ଭାରିଆଣ୍ଟ ତୁଳନାରେ ଚାରିଗୁଣ ଅଧିକ ବେଗରେ ସଂକ୍ରମିତ କରୁଛି ।

Get real time updates directly on you device, subscribe now.