fbpx

ଜଣେ ବ୍ୟକ୍ତି Omicronରେ କି Deltaରେ ସଂକ୍ରମିତ ହୋଇଛି ବୋଲି ଜାଣିବେ କିପରି, କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ତେବେ ବର୍ତ୍ତମାନ ଏନେଇ ଏକ ମୁଖ୍ୟ ସମସ୍ୟା ଦେଖାଦେଉଛି । ଜଣେ ଲୋକ ଡେଲଟା କି ଓମିକ୍ରନରେ ସଂକ୍ରମିତ ହୋଇଛି, ତାହା ଜାଣିବା ମୁସ୍କିଲ ହୋଇପଡ଼ୁଛି । ତେବେ ଡେଲଟା ଅପେକ୍ଷା ଓମିକ୍ରନ ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞମାନେ ପୂର୍ବରୁ ମତ ଦେଇସାରିଛନ୍ତି । ଆସନ୍ତୁ ଜାଣିବା ଜଣେ କେଉଁ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଛି ଜାଣିବ କିପରି ।

କ୍ୟୋଟୋ ୟନିଭରସିଟିର ଏକ ଷ୍ଟଡି ଅନୁଯାୟୀ, ଓମିକ୍ରନ ଡେଲଟା ଅପେକ୍ଷା କମ୍ ଘାତକ, ମାତ୍ର ଏହା ଅଧିକ ସଂକ୍ରାମକ ହେତୁ ୪.୨ ଗୁଣ ଅଧିକ ବେଗରେ ବ୍ୟାପୁଛି । ଭ୍ୟାକ୍ସିନ ବା ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଥିବା ଇମ୍ୟୁନିଟି ଦ୍ୱାରା ଓମିକ୍ରନକୁ ଚକମା ଦେଇହେବ । ସେହିପରି ଆଉ ଏକ ରିପୋର୍ଟ ମୁତାବକ, ଓମିକ୍ରନ ଡେଲଟା ଅପେକ୍ଷା ୧୦୫ ପ୍ରତିଶତ ଅଧିକ ସଂକ୍ରାମକ ।

ଦକ୍ଷିଣ ଆଫ୍ରିକାରେ ପ୍ରାଥମିକ ଷ୍ଟେଜରେ ଓମିକ୍ରନ ଚିହ୍ନଟ ହେବା ସମୟରେ ଡାକ୍ତର ସୂଚନା ଦେଇଥିଲେ ଯେ, ଏହି ବୀମାରୀରେ ସଂକ୍ରମିତଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଦେବା ସହ ଗମ୍ଭୀର ଲକ୍ଷଣ ନଥିଲା । ସଂକ୍ରମିତଙ୍କ ଗଳାରେ ଖରାଶ ଓ ସାମାନ୍ୟ ବୁଖାର ଦେଖାଦେଇଥିଲା, ଯାହାକି ପରବର୍ତ୍ତୀ ସମୟରେ ଠିକ୍ ହୋଇଯାଇଥିଲା । ସେହିପରି ବେଙ୍ଗାଲୁରୁର ଆଷ୍ଟର ଆରଭି ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ଘ୍ରାଣଶକ୍ତି ହ୍ରାସ ହେବା ଡେଲଟା ରୋଗୀଙ୍କ ଅପେକ୍ଷା ଓମିକ୍ରନଙ୍କ ଠାରେ ବହୁତ କମ୍ ଦେଖା ଯାଉଛି । ଓମିକ୍ରନର ଲକ୍ଷଣ ସାମାନ୍ୟ ରହିବା ସହ ଏହା ଫୁସଫୁସକୁ କମ୍ ପ୍ରଭାବିତ କରୁଛି । ଓମିକ୍ରନ ରୋଗୀଙ୍କ ପାଇଁ ଅକ୍ସିଜେନର ଆବଶ୍ୟକତା ଅଧିକ ପଡ଼ୁନାହିଁ । ଲୋକଙ୍କ ଗଳା ଫୁଲିବା ପରି ଲକ୍ଷଣ ଦେଖାଦେଉଥିବା କୁହାଯାଇଛି । ଆଇସିଏମଆର ଦ୍ୱାରା ମଞ୍ଜୁରୀ ପ୍ରାପ୍ତ ଓମିଶିୟୋର ଦ୍ୱାରା ଓମିକ୍ରନ ଭାରିଆଣ୍ଟକୁ ଚିହ୍ନିହେବ । ଓମିକ୍ରନ ଓ ଡେଲଟା ଭାରିଆଣ୍ଟର ଯାଞ୍ଚ ପାଇଁ ଜେନେଟିକ୍ ସିକୁଏନ୍ସିଂ କରାଇବା ଜରୁରୀ । ଜଣେ ବ୍ୟକ୍ତି କେଉଁ ଭାରିଆଣ୍ଟରେ ସଂକ୍ରମିତ ହୋଇଛି ୪-୫ ଦିନ ମଧ୍ୟରେ ବୈଜ୍ଞାନିକମାନେ ତାହା ଚିହ୍ନଟ କରିପାରିବେ ।

Get real time updates directly on you device, subscribe now.