fbpx
BJD SKY
BJD SKY

OUATର ନୂଆ କୁଳପତି ନିଯୁକ୍ତି ପାଇଲେ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ନୂଆ କୁଳପତି ନିଯୁକ୍ତି ପାଇଛନ୍ତି । ଓୟୁଏଟିର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ନୂଆ କୁଳପତିଙ୍କୁ ନିଯୁକ୍ତି ଦେଇଛନ୍ତି । ନୂଆ କୁଳପତି ଦାୟିତ୍ୱ ଗ୍ରହଣ କରିବା ଦିନ ଠାରୁ ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟରେ ରହିବେ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ପ୍ରଫେସର ପ୍ରଭାତ କୁମାର ରାଉଳ ଓୟୁଏଟିର ନୂଆ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି । ପ୍ରଫେସର ରାଉଳ ବର୍ତ୍ତମାନ ଆପିକଲର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ଶିକ୍ଷା କ୍ଷେତ୍ରରେ ୨୯ ବର୍ଷରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି । ସେ ୯ ଜଣ ପିଏଚ.ଡି ସ୍କଲାରଙ୍କୁ ସଫଳତାର ସହ ଗାଇଡ୍ କରିବା ସହ ୨୪ଟି ବହି ପ୍ରକାଶ କରିଛନ୍ତି ।

ଶିକ୍ଷା ଓ ସମାଜ କ୍ଷେତ୍ରରେ ଓୟୁଏଟିର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ତେଣୁ ପ୍ରଫେସର ରାଉଳଙ୍କ ପରି ଜଣେ ଯୋଗ୍ୟ ବ୍ୟକ୍ତି ଏହି ବୃହତ ଶିକ୍ଷାନୁଷ୍ଠାନର ଦାୟିତ୍ୱ ସଠିକ୍ ଭାବେ ନିର୍ବାହ କରିପାରିବେ ବୋଲି ଆଶା କରାଯାଉଛି । ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟର ଆହୁରି ଆଗକୁ ଯିବା ସହ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.