fbpx

(Video)ଗାଧୋଇବାକୁ ଯାଉଥିଲେ ମହିଳା, ଦେଖିଲେ ଏମିତି ଜିନିଷ: ଥରିଗଲା ସାରା ଶରୀର

ନୂଆଦିଲ୍ଲୀ: ମଣିଷ ପ୍ରାୟତଃ ଗାଧୋଇବା ସମୟରେ ହିଁ ଅଧିକ ରିଲାକ୍ସ ରହିଥାଏ । କିନ୍ତୁ ଯଦି ଏହି ସମୟରେ କିଛି ଭୟଙ୍କର ଦୃଶ୍ୟ ଦେଖି ନିଅନ୍ତି, ତେବେ ଛାତି ଥରିଉଠେ । ଏମିତି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଗାଧୋଇବାକୁ ଯିବା ସମୟରେ ଜଣେ ମହିଳା ଏମିତି ଏକ ଜିନିଷ ଦେଖି ଦେଇଛନ୍ତି, ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତାଙ୍କ ଗାଧୁଆ ଘରର ବାଥଟ୍ୟୁବରେ ସେ ଏକ ବିରାଟ କାୟ ଅଜଗରକୁ ଦେଖି ସେ ଭୟଭୀତ ହୋଇଯାଇଛନ୍ତି ।

ଏମିତି ଏକ ଘଟଣା ଘଟିଛି ଥାଇଲାଣ୍ଡର ଏକ ପରିବାର ସହିତ । ଜଣେ ମହିଳା ଗାଧୋଇବାକୁ ଯାଉଥିବା ବେଳେ ହଠାତ ତାଙ୍କର ନଜର ପଡିଥିଲା ବାଥଟ୍ୟୁବ ଉପରେ । ବାଥଟ୍ୟୁବରେ ୧୨ ଫୁଟ ଲମ୍ବର ଏକ ବିଶାଳ ଅଜଗର ଶୋଇଥିବାର ସେ ଦେଖିବାକୁ ପାଇଥିଲେ । ସାପାଟି ପୋଷା ବିଲେଇମାନଙ୍କୁ ଖାଇବା ପାଇଁ ଚେଷ୍ଟା କରୁଥିଲା । ତେବେ ଏହି ଅଜଗରକୁ ଦେଖି ମହିଳାଜଣକ ସଙ୍ଗେ ସଙ୍ଗେ ବନ ବିଭାଗକୁ ଖବର ଦେଇଥିଲେ । ତେବେ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଜଗରକୁ ଉଦ୍ଧାର କରିଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହି ଘଟଣାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଲକ୍ଷ ଲକ୍ଷ ଲୋକ ଏହି ଭିଡିଓକୁ ଦେଖିସାରିଥିବା ବେଳେ ଅନେକ ଲୋକ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି । ଏହି ଭିଡିଓକୁ ଦେଖି ଆହୁରି ବହୁତ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

 

View this post on Instagram

 

A post shared by NowThis (@nowthisnews)

Get real time updates directly on you device, subscribe now.