fbpx
BJD SKY
BJD SKY

Covid କାରଣରୁ Heart Attack ମୃତ୍ୟୁସଂଖ୍ୟା ବଢ଼ୁଛି: ଫିଟ୍ ଥିବା ଯୁବକଙ୍କୁ କାହିଁକି ଏହା ଶିକାର କରୁଛି, ଜାଣନ୍ତୁ ବିଶେଷଜ୍ଞଙ୍କ ରିପୋର୍ଟ

BJD

ନୂଆଦିଲ୍ଲୀ: ଗତ ଦୁଇବର୍ଷରୁ ଅଧିକ ସମୟ କରୋନା ମହାମାରୀ ସମଗ୍ର ବିଶ୍ୱକୁ ଏକପ୍ରକାର କବଳିତ କରି ରଖିଛି । ମହାମାରୀ ପରେ ହାର୍ଟ ବିମାରୀ ବହୁତ ବୃଦ୍ଧି ପାଇଛି । ୪୦ ବର୍ଷ ବୟସରୁ ଅଧିକ ବୟସର ଲୋକଙ୍କୁ ହାର୍ଟ ଆଟାର୍କ ହେଉଥିବା ଦେଖାଯାଉଛି । ଅନେକ ଲୋକ ଏଥିରେ ମୃତ୍ୟୁବରଣ କରୁଥିବା ମଧ୍ୟ ଖବର ସାମ୍ନାକୁ ଆସୁଛି ।

ଗତ କିଛିଦିନ ଧରି କମ୍ ବୟସର ଲୋକେ ହୃଦରୋଗରେ ଜୀବନ ହରାଉଥିବା ଦେଖିବାକୁ ମିଳୁଛି । ନିକଟରେ ଏକ କନସର୍ଟରେ ବଲିଉଡ ସିଙ୍ଗର କେକେଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା ଓ ପରବର୍ତ୍ତୀ ସମୟରେ ତାଙ୍କୁ ହାର୍ଟ ଆଟାକ ହୋଇଥିଲା । ଏହାପୂର୍ବରୁ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଓ ପୁନୀତ ରାଜକୁମାର ମଧ୍ୟ ହାର୍ଟ ଆଟାକ କାରଣରୁ ମୃତ୍ୟୁବରଣ କରିଥିଲେ ।

ତେବେ ଏହି ସମସ୍ତ ଅଭିନେତା ଶାରୀରିକ ଦୃଷ୍ଟିରେ ସମ୍ପୂର୍ଣ୍ଣ ଫିଟ୍ ଥିଲେ ଓ ନିଜ ନିଜର ସ୍ୱାସ୍ଥ୍ୟର ବହୁତ ଦେଖାଶୁଣା କରୁଥିଲେ । ଏସବୁ ପରେ ବି ଏମାନେ ହାର୍ଟ ଆଟାକର ଶିକାର ହୋଇଥିଲେ । ଦେଖାଯାଉଛି, କରୋନା ମହାମାରୀ ପରେ ହାର୍ଟ ଆଟାର୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଛି । ଗତ ବର୍ଷ ମୁମ୍ବାଇରେ ହାର୍ଟ ଆଟାକ ମୃତକଙ୍କ ସଂଖ୍ୟା ୬ ଗୁଣ ବୃଦ୍ଧି ପାଇଥିବା ଏକ ଆରଟିଆଇ ତଥ୍ୟରୁ ଜଣାପଡ଼ିଛି । ଏଥିସହିତ ଦିଲ୍ଲୀରେ ମଧ୍ୟ ହସ୍ପିଟାଲଗୁଡ଼ିକରେ ହାର୍ଟ ରୋଗୀ ସଂଖ୍ୟା ପୂର୍ବାପେକ୍ଷା ବଢ଼ିଯାଇଛି ।

ଏନେଇ ନୂଆଦିଲ୍ଲୀର ନ୍ୟୁରୋଲୋଜି ବିଭାଗର ଏଚଓଡି କହିଛନ୍ତି କୋଭିଡ ପରେ ହାର୍ଟ ବିମାରୀ ବୃଦ୍ଧି ହୋଇପାରେ । ସେହିପରି ଆଉ ଜଣେ ଡାକ୍ତର କହିଛନ୍ତି, କରୋନାରୁ ସୁସ୍ଥ ହେବାର ଆଠ ସପ୍ତାହ ପରେ ୨୬ ଜଣଙ୍କ ଠାରେ ହାର୍ଟ ଆଟାକ୍ ଦେଖାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, କୋଭିଡ ସହିତ ହାର୍ଟର କ’ଣ ସମ୍ପର୍କ ରହିଛି । ଏପରି କାହିଁକି ଘଟୁଛି ତାହା ହିଁ ଏକ ବଡ଼ ପ୍ରଶ୍ନ ।

ଏନେଇ ଜଣେ ଡାକ୍ତର କହିଛନ୍ତି, କୋଭିଡ୍ ସଂକ୍ରମିତଙ୍କ ଠାରେ କୋରୋନରୀ ହାର୍ଟ ରୋଗ ବହୁତ ବୃଦ୍ଧି ପାଉଛି । ଏହାର ମୁଖ୍ୟ କାରଣ ହେଉଛି କୋଭିଡ୍ କାରଣରୁ ହାର୍ଟ ଓ ଲଙ୍ଗସରେ ଧମନୀରେ ରକ୍ତର ଜମାଟ ବାନ୍ଧୁଛି । ଫଳରେ ରକ୍ତ ଗାଢ଼ ହେବା ସହ ହାର୍ଟ ପର୍ଯ୍ୟନ୍ତ ରକ୍ତର ପ୍ରବାହ ଠିକ୍ ଭାବେ ହୋଇ ପାରୁନାହିଁ । ତେଣୁ ହାର୍ଟରେ ଠିକ୍ ଭାବେ କାର୍ଯ୍ୟ ସମ୍ପାଦନରେ ବାଧା ଉପୁଜୁଛି ।

Get real time updates directly on you device, subscribe now.