fbpx

ପେଟ୍ରୋଲ-ଡିଜେଲ ଦାମକୁ ନେଇ ଅର୍ଥମନ୍ତ୍ରୀ ବଡ଼ ଘୋଷଣା…

ନୂଆଦିଲ୍ଳୀ: କଞ୍ଚାତେଲର ଦାମ୍ କମ୍ ହେଉଥିବା ମଧ୍ୟରେ ପେଟ୍ରୋଲ-ଡିଜେଲ୍ ରେଟ୍ ପୁରୁଣା ସ୍ତରରେ ରହିଛି । ତେଲ ଦାମ୍ ରୁ ଜନତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ସରକାର ଏବେ ପ୍ରତି ୧୫ ଦିନରେ କଞ୍ଚାତେଲ, ଡିଜେଲ-ପେଟ୍ରୋଲ ଏବଂ ବିମାନ ଇନ୍ଧନ(ଏଟିଏଫ୍) ଉପରେ ଲଗାଯାଉଥିବା ନୂଆ ଟ୍ୟାକ୍ସର ସମୀକ୍ଷା କରିବେ ।

ଏହା ପରେ କେନ୍ଦ୍ର ସରକାର ଡିଜେଲ ଏବଂ ବିମାନ ଇନ୍ଧନ ଉପରେ ୱିଣ୍ଡଫଲ୍ ପ୍ରଫିଟ୍ ର ନିଷ୍ପତ୍ତି କରିଥିଲେ । ଏହା ବ୍ୟତୀତ ସରକାର ଘରୋଇ କ୍ରୁଡ୍ ଅଏଲ ଉପରେ ମଧ୍ୟ ଟ୍ୟାକ୍ସ ବଢ଼ାଇବାର ନିଷ୍ପତ୍ତି ନେଇଥିଲେ । ଏହି ପରିବର୍ତ୍ତନ ୧ ସେପ୍ଟେମ୍ବର ଠାରୁ ଲାଗୁ କରାଯାଇଛି । ଏହି ନିର୍ଣ୍ଣୟ ସରକାରଙ୍କ ତରଫରୁ କ୍ରୁଡ୍ ଅଏଲର ବେଲଗାମ୍ ହେଉଥିବା ଦାମ୍ ମଧ୍ୟରେ ନିଆଯାଇଛି । ଅବଶ୍ୟ ବର୍ତ୍ତମାନ କ୍ରୁଡ୍ ଅଏଲ ୭ ମାସରେ ସବୁଠୁ ନିମ୍ନ ସ୍ତରରେ ରହିଛି ।

ସରକାର କହିଛନ୍ତି ଯେ ଘରୋଇ ସ୍ତରରେ ଉତ୍ପାଦିତ କଞ୍ଚା ତେଲରେ ୨୩,୨୫୦ ଟଙ୍କା ପ୍ରତି ଟନ୍ ହିସାବରେ ଟ୍ୟାକ୍ସ ଲଗାଯାଇଛି । ରାଜସ୍ୱ ସଚିବ ତରୁଣ ବଜାଜ କହିଛନ୍ତି ଯେ ନୂଆ କର ସେସ୍ ୟୁନିଟ୍ ଉପରେ ମଧ୍ୟ ଲାଗୁହେବ । କିନ୍ତୁ ସେମାନଙ୍କ ଉପରେ ରପ୍ତାନୀକୁ ନେଇ ପ୍ରତିବନ୍ଧକ ହେବନାହିଁ । ଏହାସହ ଟଙ୍କାରେ ହ୍ରାସ ଉପରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆରବିଆଇ ଏବଂ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । ସରକାର ଆମଦାନୀ ଉପରେ ଟଙ୍କାର ମୂଲ୍ୟର ପ୍ରଭାବକୁ ନେଇ ସଂପୂର୍ଣ୍ଣ ଭାବରେ ସତର୍କ ଅଛନ୍ତି ।

 

Get real time updates directly on you device, subscribe now.