fbpx
BJD SKY
BJD SKY

(Video)କ୍ରିକେଟ ଛାଡି ଏହି ଖେଳକୁ ଆପଣାଇଲେ ମାହି: ଆମେରିକାରେ କ୍ୟାପଟେନ କପିଲ ଦେବ

BJD

ନୂଆଦିଲ୍ଲୀ: ଗୋଟିଏ ଫ୍ରେମରେ ନଜର ଆସିଲେ ଟିମ ଇଣ୍ଡିଆର ଦୁଇ ସଫଳ ଅଧିନାୟକ । ଆମେରିକାରେ ପହଞ୍ଚିଛନ୍ତି ବିଶ୍ୱ ବିଜେତା କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ଏବଂ କପିଲ ଦେବ । ତେବେ ଏହି ଦୁଇ ଲିଜେଣ୍ଡଙ୍କୁ କ୍ରିକେଟ ପଡିଆରେ ନୁହେଁ, ବରଂ ଆଉ ଏକ ଖେଳୋର ଦେଖାଯାଇଛି । ଟେନିସ ଗ୍ରାଣ୍ଡସ୍ଲାମ ୟୁଏସ ଓପନ ଟୁର୍ଣ୍ଣାମେଣ୍ଟରେ ଉଭୟ ଖେଳାଳିଙ୍କୁ ଗୋଟିଏ ଭିଡିଓରେ କଏଦ କରିଛି କ୍ୟାମେରା ।

ୟୁଏସ ଓପନ-୨୦୨୨ର ବ୍ରଡକାଷ୍ଟର ସେନି ସ୍ପୋର୍ଟସ ନେଟୱାର୍କ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛି । ଏହି ଭିଡିଓରେ ଟିମ ଇଣ୍ଡିଆର ଦୁଇ ପୂର୍ବତନ ଅଧିନାୟକ କପିଲ ଦେବ ଏବଂ ଏମ.ଏସ ଧୋନୀଙ୍କୁ ଦେଖାଯାଇଛି । ପ୍ରଥମେ ବିଗ ସ୍କ୍ରିନରେ କ୍ୟାପଟେନ କୁଲ ମାହିଭ୍କ ଝଲକ ଦେଖାଇଥିଲା କ୍ୟାମେରା । ଏହାପରେ କପିଲ ଦେବଙ୍କୁ ମଧ୍ୟ କ୍ୟାମେରା କଏଦ କରିଥିଲା । ତେବେ ଉଭୟଙ୍କୁ ଫ୍ରେମରେ ଦେଖି ଫ୍ୟାନ୍ସମାନେ ଖୁସିରେ ଝୁମି ଉଠିଛନ୍ତି । ଏହି ଭିଡିଓର କ୍ୟାପ୍ସନରେ ଲେଖାଯାଇଛି, ୟୁଏସ ଓପନରେ ଭାରିତୀୟ କ୍ରିକେଟ ରୋୟଲିଟି ।

୧୯୮୩ ମସିହାରେ ପ୍ରଥମ ବିଶ୍ୱକପ ଜିତି ଭାରତର ଅଧିନାୟକ କପିଲ ଦେବ ଇତିହାସ ରଚିଥିଲେ । ତେବେ ଏହାପରେ ୨୦୦୭ ଟି-୨୦ ବିଶ୍ୱକପ ଏବଂ ୨୦୧୧ ଦିନିକିଆ ବିଶ୍ୱକପରେ ଦଳକୁ ବିଜୟୀ କରାଇ ସଫଳ ଅଧିନାୟକ ଭାବେ ନାଁ କରିଥିଲେ କ୍ୟାପଟେନ କୁଲ ମାହି ।

Get real time updates directly on you device, subscribe now.