ଭୁବନେଶ୍ବର: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ଦେଶ ତଥା ଦେଶ ବାହାରେ ରହୁଥିବା ମୋର ସମସ୍ତ ଭାରତୀୟ ମାନଙ୍କୁ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା । ଏହି ବର୍ଷ ସମସ୍ତଙ୍କ ପାଇଁ ଶୁଭଫଳଦାୟୀ ହେଉ । ଏହା ସହିତ ଆମେ କିପରି ଦେଶର ଉନ୍ନତି ଆଉ ପ୍ରଗତିରେ ଆମର ସହଯୋଗ ଦେଇ ପାରିବା ସେହି ଦିଗରେ ଆସନ୍ତୁ କାର୍ଯ୍ୟ କରିବା ।
Happy New Year to all! Greetings and best wishes to all fellow citizens and Indians living abroad. May the Year 2023 bring new inspirations, goals and achievements in our lives. Let us resolve to rededicate ourselves to the unity, integrity and inclusive development of the nation
— President of India (@rashtrapatibhvn) January 1, 2023
ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ ତାଙ୍କ ଟ୍ୱିଟର ପେଜରେ ଏ ଲାଗି ଏକ ଅଭିବାଦନ ପୋଷ୍ଟ କରିଛନ୍ତି । ଏହା ସହିତ ସେ ଲେଖିଛନ୍ତି ନୂତନ ବର୍ଷ ସମସ୍ତଙ୍କ ପାଇଁ ସୁଖମୟ ହେଉ । ସମସ୍ତଙ୍କର ସ୍ୱାସ୍ଥ୍ୟ ଭଲ ରହୁ ।
Have a great 2023! May it be filled with hope, happiness and lots of success. May everyone be blessed with wonderful health.
— Narendra Modi (@narendramodi) January 1, 2023
ଇଂରାଜୀ ନବବର୍ଷ ୨୦୨୩ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ଯୋଗେ କହିଛନ୍ତି ଯେ, ନୂଆବର୍ଷରେ ସମସ୍ତଙ୍କୁ ଶୁଭେଚ୍ଛା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ରାଜ୍ୟର ପ୍ରଗତି ସହ ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି, ସମୃଦ୍ଧି ଓ ସୁଯୋଗ, ସମ୍ଭାବନାର ବର୍ଷ ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସମସ୍ତଙ୍କୁ ଇଂରାଜୀ ନବବର୍ଷ ୨୦୨୩ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି, ସମୃଦ୍ଧି ଓ ସୁଯୋଗ, ସମ୍ଭାବନାର ବର୍ଷ ହେଉ। #HappyNewYear pic.twitter.com/GwQLRbRpuV
— Naveen Patnaik (@Naveen_Odisha) January 1, 2023