fbpx
BSKY
BJD YOUTH SKY
BJD MS SKY

ନୂଆବର୍ଷରେ ଦିଲ୍ଲୀବାସୀଙ୍କୁ ଭୂମିକମ୍ପର ଝଟକା: ରିକ୍ଟର ସ୍କେଲରେ ୩.୭ ତୀବ୍ରତା ରେକର୍ଡ

ନୂଆଦିଲ୍ଲୀ: ନୂଆବର୍ଷରେ ଦିଲ୍ଲୀରୁ ଏକ ବଡ ଖବର ସାମ୍ନାକୁ ଆସିଛିା ରାଜ୍ୟରେ ନୂତନ ସୂର୍ଯ୍ୟଦୟ ସହ ଭୂମିକମ୍ପର ଝଟକା ମଧ୍ୟ ଅନୁଭୂତ ହୋଇଛି । ତେବେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୮ ମ୍ୟାଗ୍ନିଚ୍ୟୁଡ ରେକର୍ଡ ହୋଇଛି । ତେବେ ଦିଲ୍ଲୀର କିଛି ସ୍ଥାନରେ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀର ଏନସିଆର ଅଞ୍ଚଳରେ ଏହି ଭୂକମ୍ପ ହୋଇଛି । ଯାହାର କେନ୍ଦ୍ରସ୍ଥଳ ହରିଆଣା ଇଜ୍ଜର ବୋଲି ଜଣାପଡିଛି । ତେହେ ଏହି ଭୂମିକମ୍ପରେ କାହାର କିଛି କ୍ଷତି ହୋଇ ନଥିବା ସୂଚନା ମିଳିଛି । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଗତକାଲି ବିଳମ୍ବତି ରାତି ପ୍ରାୟ ୧. ୧୯ ମିନିଟ ସମୟରେ ଏହି ଭୂମିକମ୍ପ ହୋଇଥଲା । ଯାହାର ଗଭୀତରା ୫ କିଲୋମିଟର ଥିଲା । ତେବେ ଏହା ପୂର୍ବରୁ ୨୯ ନଭେମ୍ବରରେ ମଧ୍ୟ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବର୍ତା ରିକ୍ଟର ସ୍କେଲରେ ୨.୫ ରେକର୍ଡ କରାଯାଇଥିଲା ।

Get real time updates directly on you device, subscribe now.