ବିଶ୍ୱ କପ୍ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ, Uncapped ଖେଳାଳିଙ୍କୁ ମିଳିଲା ସ୍ଥାନ

ମହିଳା ଦିନିକିଆ ୱାର୍ଲଡ୍ କପ ପାଇଁ ନ୍ୟୁଜିଲାଣ୍ଡ କଲା ଦଳ ଘୋଷଣା

ନୂଆଦିଲ୍ଲୀ: ଭାରତରେ ୩୦ ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଯାଉଛି, ମହିଳା ଦିନିକିଆ ବିଶ୍ୱ କପ। ଏଥିପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ନିଜ ସ୍କ୍ୱାଡ ଘୋଷଣା କରିଛି।

କିୱି ଟିମ ୨୦୨୪ରେ ହୋଇଥିବା ମହିଳା ଟି୨୦ ବିଶ୍ୱ କପରେ ଶାନଦାର ପ୍ରଦର୍ଶନ କରି ବିଜୟ ହାସଲ କରିଥିଲା। ଏହି କାରଣ ପାଇଁ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଦଳ ଉପରେ ସମସ୍ତଙ୍କ ନଜର ରହିଛି। ଏହି ଟିମରେ ନ୍ୟୁଜିଲାଣ୍ଡର ଏମିତି ଖେଳାଳି ସାମିଲ ଅଛନ୍ତି, ଯେଉଁମାନେ ପ୍ରଥମ ଥର ବିଶ୍ୱ କପ ଖେଳୁଛନ୍ତି।

ମହିଳା ଦିନିକିଆ ବିଶ୍ୱ କପ ପାଇଁ ଘୋଷଣା କରାଯାଇଥିବା ନ୍ୟୁଜିଲାଣ୍ଡ ସ୍କ୍ୱାଡ୍‌ରେ ୨୨ ବର୍ଷୀୟ ବାମହାତି ସ୍ପିନ୍ ବୋଲର ଫ୍ଲୋରା ଡେବୋନଶାୟରଙ୍କୁ ସାମିଲ କରାଯାଇଛି। ସେ ଏପର୍ଯ୍ୟନ୍ତ ଦିନିକିଆ ଫର୍ମାଟରେ ଗୋଟିଏ ମଧ୍ୟ ମୁକାବିଲା ଖେଳିପାରିନାହାନ୍ତି।

ମହିଳା ଦିନିକିଆ ବିଶ୍ୱ କପ ୨୦୨୫ ପାଇଁ ନୂୟଜିଲାଣ୍ଡ ଟିମର ସ୍କ୍ୱାଡ୍‌: ସୋଫି ଡିୱାଇନ(କ୍ୟାପ୍ଟେନ), ସୁଜି ବେଟ୍ସ, ଇଡନ କାର୍ସନ, ଫ୍ଲୋରା ବୋନଶାୟର, ଇଜି ଗେଜ, ମାଡୀ ଗ୍ରୀନ, ବ୍ରୁକ ହାଲିଡେ, ବ୍ରିଲିଙ୍ଗ, ପୋଲି ଇଂଲିସ, ବେଲା ଜେମସ, ଜେସ କେର, Amelia Kerr, ରୋଜମେରୀ ମେୟାର, ଜର୍ଜିଆ ପ୍ଲିମର, ଲିଆ ତାହୁହୁ।

ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ: ମହିଳା ଦିନିକିଆ ବିଶ୍ୱକପ୍‌ରେ, ନ୍ୟୁଜିଲାଣ୍ଡ ଦଳ ଅକ୍ଟୋବର 1 ତାରିଖରେ ଇନ୍ଦୋରର ହୋଲକର ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ମହିଳା ଦଳ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ।

କିୱି ଦଳ ସେପ୍ଟେମ୍ବର 13 ତାରିଖରେ ୟୁଏଇ ଗସ୍ତ କରିବ ଯେଉଁଠାରେ ସେ ବିଶ୍ୱକପ୍ ପାଇଁ ପ୍ରସ୍ତୁତି କରିବ। ଏଠାରେ ସେ ଇଂଲଣ୍ଡ ଦଳ ବିପକ୍ଷରେ 2ଟି ପ୍ରାକ୍ଟିସ ମ୍ୟାଚ୍ ଖେଳିବାର ସୁଯୋଗ ପାଇବ ଏବଂ ତା’ପରେ ସେଠାରୁ ଭାରତ ଅଭିମୁଖେ ଗସ୍ତ କରିବ।