fbpx
BJD
BJD SKY
BJD SKY

ସାମ୍ନାକୁ ଆସିଲା ଏକ ସଙ୍ଗୀନ ମାମଲା, ଦୋକାନରୁ ମହଙ୍ଗା ପୋଷାକ ଚୋରି କଲେ ମହିଳା ସାଂସଦ

ନୂଆଦିଲ୍ଲୀ: ରାଜନୈତିକ ଓ ସାମାଜିକ ପଦପଦବୀରେ ବସିଥିବା ସମସ୍ତ ବ୍ୟକ୍ତିଙ୍କ ଠାରୁ ଲୋକମାନେ ଭଲ କାମ ଆଶା କରିଥାନ୍ତି । କିନ୍ତୁ ଜଣେ ସାଂସଦ ଯଦି ଚୋରୀ ପରି ଘୃଣ୍ୟ କାର୍ଯ୍ୟ କରିବେ ତେବେ ଆପଣଙ୍କୁ ଏହା ନିଶ୍ଚୟ ଅବିଶ୍ୱାସ ମନେ ହେବ । ନ୍ୟୁଜିଲ୍ୟାଣ୍ଡରେ କିନ୍ତୁ ଏପରି ଏକ ମାମଲା ସାମ୍ନାକୁ ଆସିଛି । ଏଠିକାର ମହିଳା ସାଂସଦଙ୍କ ଉପରେ ଥରେ ନୁହେଁ ତିନ ତିନି ଥର ଦୋକାନରୁ ମହଙ୍ଗା ଓ ଲକଜୁରୀ କପଡା ଚୋରୀ କରିବାର ଅଭିଯୋଗ ହୋଇଛି । ଭିଡିଓ ସାମ୍ନାକୁ ଆସିବା ପରେ ସଂପୃକ୍ତ ମହିଳା ସାଂସଦଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡିଛି । ଏବେ ପୋଲିସ ମାମଲାର ଯାଞ୍ଚ କରୁଛି ।

ନ୍ୟୁଜିଲାଣ୍ଡରେ ଏକ ସଙ୍ଗୀନ ମାମଲା ସାମ୍ନାକୁ ଆସିଛି । ନ୍ୟୁଜିଲାଣ୍ଡର ଗ୍ରୀନ ପାର୍ଟି ମହିଳା ଗୋଲରିଜ୍ ଘରମାନଙ୍କ ଉପରେ ଦାମୀ କପଡା ଚୋରି କରିଥିବାର ଅଭିଯୋଗ ଲାଗିଛି । ତାଙ୍କ ଉପରେ ଅଭିଯୋଗ ହୋଇଛି କି ସେ ଅକଲ୍ୟାଣ୍ଡ ଓ ୱେଲିଂଟନ୍‌ର ଦୁଇ ଅଲଗା ଅଲଗା ଦୋକାନରୁ ଥରେ ନୁହେଁ ୩ ଥର ମହଙ୍ଗା କପଡା ଚୋରୀ କରିଛନ୍ତି ।

ବିିବିସି ରିପୋର୍ଟ ଅନୁଯାୟୀ ଜାତିସଂଘର ମାନବାଧିକାର ଓକିଲ ଗୋଲରିଜ୍ ୨୦୧୭ରେ ନିଜ ଦଳର ନ୍ୟାୟ ବିଭାଗ ଦାୟିତ୍ୱରେ ଥିଲେ । ଏହି ମାମଲାରେ ସେ କହିଛନ୍ତି କାମ ଚାପ ଯୋଗୁ ତାଙ୍କ ବ୍ୟବହାର ପୁରା ବଦଳି ଯାଇଛି । ମୋତେ ବହୁଲୋକ ନିରାଶ କରିଛନ୍ତି ଓ ଏପରି କାମକୁ ନେଇ ମୁଁ ବହୁତ ଅନୁତପ୍ତ ।

ଗୋଲରିଜ୍ ନିଜ ପରିବାର ସହିତ ପିଲାଦିନୁ ଇରାନରୁ ପଳାଇ ଆସିଥିଲେ । ଏହାପରେ ନ୍ୟୁଜିଲାଣ୍ଡରେ ତାଙ୍କୁ ରାଜନୈତିକ ଶରଣ ଦିଆଯାଇଥିଲା । ମଙ୍ଗଳବାର ସେ ଚୋରୀ ଅଭିଯୋଗ ଆସିବା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

Get real time updates directly on you device, subscribe now.