fbpx

କୁମାର ପୂର୍ଣ୍ଣିମାରେ ନବବଧୂକୁ ହତ୍ୟା; ସ୍ୱାମୀ ଓ ଶାଶୁ-ଶ୍ୱଶୁର ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁମାର ପୂର୍ଣ୍ଣିମାରେ ଘଟିଛି ଅଘଟଣ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଜରିପଡା ଗ୍ରାମ ଚିଲିକା ସାହିରେ ଜଣେ ନବବଧୂର ମୃତ୍ୟୁ ହୋଇଛି । ପାରିବାରିକ କଳହ ଯୋଗୁଁ ନବବଧୂ ନିଜେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି ବୋଲି ନବବଧୂର ଶାଶୂଘର ଲୋକମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟରେ ଯୈ।ତୁକ ପାଇଁ ଶାଶୂଘର ଲୋକମାନେ ହତ୍ୟା କରିଛନ୍ତି ବୋଲି ବାପଘର ଲୋକମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଟାଙ୍ଗୀ ପୋଲିସ ଏକ ଯୈ।ତୁକ ଜନିତ ହତ୍ୟାକାଣ୍ଡ ଆଧାରରେ ଏକ ମାମଲା ରୁଜୁ କରି ସ୍ୱାମୀ-ଶାଶୁ-ଶ୍ୱଶୁରଙ୍କୁ ଗିରଫ କରିଛି ।

୪/୫ ମାସ ତଳେ ଟାଙ୍ଗୀ ଥାନା କୁହୁଡି ଗ୍ରାମର ଦଣ୍ଡପାଣୀ ମହାପାତ୍ରଙ୍କ ଝିଅ ମୀନତୀ ସହିତ ଜରିପଡା ଚିଲିକା ସାହିର ଗଂଗାଧର ଉଦଣ୍ଡରାୟଙ୍କ ପୁତ୍ର ତୋଫାନ୍ ଉଦଣ୍ଡ ରାୟଙ୍କର ବିବାହ ହୋଇଥିଲା । ତେବେ ଅଧିକ ଯୌତୁକ ଦାବି କରି ତୋଫାନଙ୍କ ପରିବାର ଲୋକେ ମୀନତୀଙ୍କୁ ମାନସିକ ଏବଂ ଶାରୀରିକ ନିର୍ୟ୍ୟାତନା ଦେଇଆସୁଥିଲେ ବୋଲି ମୀନତିର ବାପଘର ଲୋକେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଖୋର୍ଦ୍ଧା ସାଇଣ୍ଟିଫିକ ଟିମ, ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ଟାଙ୍ଗି ଆଇଆଇସି ବିଜୟ ମଲ୍ଲିକ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ ଜାରି ରଖିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.