fbpx

ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ: ୱାର୍ମ ଅପରେ କଙ୍ଗାରୁ ଘାଇଲା

ନୂଆଦିଲ୍ଲୀ: ଅଧିନାୟକ ରୋହିତ ଶର୍ମାଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆକୁ ୯ ୱିକେଟରେ ପରାସ୍ତ କରିଛି ଭାରତ । ମାତ୍ର ୧୫୩ ରନର ପିଛା କରୁଥିବା ଭାରତ ୧୭.୫ ଓଭରରେ ୧ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଭାରତ ପକ୍ଷରୁ ଦୁଇ ଓପ୍ନର କେ ଏଲ ରାହୁଲ(୩୯) ଓ ରୋହିତ ଶର୍ମା (୬୦) ପ୍ରଥମ ୱିକେଟରେ ୬୮ ରନ ଯୋଡିଥିଲେ । ରାହୁଲ ୩୧ ବଲରୁ ୨ଟି ଚୌକା ଓ ୩ଟି ଛକା ସହିତ ୩୯ ରନ ସଂଗ୍ରହ କରିଥିଲେ । ରୋହିତ ଶର୍ମା ୪୧ ବଲ ଖେଳି ୬୦ ରନ କରି ରିଟାୟର୍ଡ ହର୍ଟ ହୋଇଥିଲେ । ରୋହିତଙ୍କ ଇନିଂସରେ ୫ ଚୌକା ଓ ୩ ଛକା ସାମିଲ ଥିଲା । ସୂର୍ଯ୍ୟ କୁମାର ଯାଦବ ୩୮ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୪ ରନରେ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଷ୍ଟନ ଆଗର ଏକମାତ୍ର ୱିକେଟ ନେଇଥିଲେ ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପକ୍ଷରୁ ଦୁଇ ଓପ୍ନର ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ମ୍ୟାଚର ଦ୍ୱିତୀୟ ଓଭରରେ ଅଶ୍ୱିନ ଲଗାତାର ବଲରେ ଡେଭିଡ ୱାର୍ଣ୍ଣର(୧) ଓ ମିଚେଲ ମାର୍ଶ(୦)ଙ୍କୁ ଆଉଟ କରିଥିଲେ । ଅଧିନାୟକ ଆରୋନ ଫିଞ୍ଚ ମଧ୍ୟ ବିଶେଷ କିଛି କରିବା ପୂର୍ବରୁ ୮ ରନ କରି ଜାଡେଜାଙ୍କ ଶିକାର ହୋଇଥିଲେ । ଚତୁର୍ଥ ୱିକେଟରେ ଗ୍ଲେନ୍ ମ୍ୟାକ୍ସୱେଲ(୩୭) ଓ ଷ୍ଟିଭେନ ସ୍ମିଥ୍ (୫୭)ଙ୍କ ମଧ୍ୟରେ ୬୧ ରନର ଭାଗିଦାରୀ ହୋଇଥିଲା । ଶେଷ ଆଡକୁ ମାର୍କସ ଷ୍ଟୋଇନିସ ୨୫ ବଲରୁ ଅପରାଜିତ ୪୧ ରନ କରିବାରୁ ଦଳ ୧୫୦ ରନ ପାର କରିଥିଲା । ଅଶ୍ୱିନ ମାତ୍ର ୮ ରନ ବ୍ୟୟରେ ଦୁଇଟି ୱିକେଟ ଅକ୍ତିଆର କରିଥିବା ବେଳେ ଭୁବନେଶ୍ୱର କୁମାର, ରାହୁଲ ଚହର ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.