fbpx
BSKY SKY
BSKY SKY

ଆସନ୍ତା ୬ରେ ଲଘୁଚାପ, ୭ରୁ ବର୍ଷା ସମ୍ଭାବନା

BSKY

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଯେଉଁ ସମୟରେ ପ୍ରବଳ ବର୍ଷା ହେବା କଥା ସେହି ଧାରା ଶ୍ରାବଣରେ ମୌସୁମୀ ଉଭାନ ହୋଇଯାଇଛି । ଟାଣ୍‌ ଖରାରେ ଡହଳବିକଳ ହେଉଛନ୍ତ ରାଜ୍ୟବାସୀ । ଯେଉଁ ସମୟରେ ଲଗାଣ ବର୍ଷା ଲାଗି ରହିବା କଥା ସେହି ସମୟରେ ଖରାର ଦାଉ ଲୋକଙ୍କୁ କଲବଲ କରୁଛି । ଏଭଳି ସ୍ଥିତି ୫ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର କୁମାର ଜେନାମଣୀ ସୂଚନା ଦେଇଛନ୍ତି ।

ଓଡ଼ିଶାରେ ମୌସୁମୀ ବାୟୁ ଦୁର୍ବଳ ହୋଇପଡ଼ିଛି । ତେବେ ୫ ତାରିଖ ପର୍ଯ୍ୟନ୍ତ ବର୍ଷାର ବିଶେଷ ସମ୍ଭାବନା ନାହିଁ । ୬ରୁ ବଦଳିବ ପାଗ। ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ସମ୍ଭାବନା ରହିଛି । ୬ରୁ ୭ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ୭ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଜିଲ୍ଲା ଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି।

Get real time updates directly on you device, subscribe now.