fbpx
BSKY
BJD SHG SKY
BJD MC SKY

ଆହୁରି ୪ ଦିନ ଅସହ୍ୟ ତାତି , ଆଭ୍ୟନ୍ତରରୁ ପଶ୍ଚିମ ଓଡ଼ିଶା ସବୁଠି ଜଳେଇବ: ଖରାଦିନ ପାଇଁ ଆସିବ ଶ୍ରମିକଙ୍କ ପାଇଁ ଗାଇଡ୍‌ଲାଇନ୍

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ୍ରବାହ ଲାଗି ରହିଛି । ବିଶେଷକ ରି ପଶ୍ଚିମଓଡ଼ିଶା ତାତିରେ ଜଳୁଛି । ବହୁ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଆଗକୁ ଏହା ୪୪ରୁ ୪୫ ଡିଗ୍ରୀ ଟପିବା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ସୂଚନା ଦେବା ପରେ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ତତ୍ପର ହୋଇଉଠିଛି । ଟାଣ ଖରାରେ କାମ କରୁଥିବା ଶ୍ରମିକମାନେ କିପରି ସୁରକ୍ଷିତ ରହିବେ ସେନେଇ ଗାଇଡ୍‌ଲାଇନ ପ୍ରସ୍ତୁତ କରାଯାଉଛି । ଏନେଇ ଶ୍ରମ ବିଭାଗ ସହ ବୈଠକ ପରେ ଗାଇଡ୍‌ଲାଇନ ଜାରି ହେବ ବୋଲି ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି ।

ସେ କହିଛନ୍ତି ଏବେ ରାଜ୍ୟର ବହୁ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଶ୍ରମିକଙ୍କ ପାଇଁ କିରି ସମୟ ପରିବର୍ତ୍ତନ କରି କାମ କରାଯାଇପାରିବସେନେଇ ଆଲୋଚନା କରାଯିବ । କଳକାରଖାନାରେ ଶ୍ରମିକମାନେ କେମିତି ଦାୟିତ୍ୱ ନିର୍ବାହ କରବେ ସେନେଇ ମାର୍ଗଦର୍ଶିକା ପ୍ରଦାନ କରାଯିବ । ଶ୍ରମିକମାନଙ୍କ ଧନଜୀବନ ଯେପରି ହାନି ନହୁଏ ସେଦିଗରେ ରାଜ୍ୟ ସରକାର ସଚେତନ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ।

ସୂଚନାଯୋଗ୍ୟ ଯେ ସାରା ରାଜ୍ୟରେ ଅର୍ଥାତ୍‌ ଉପାନ୍ତରୁ ଉପକୂଳ, ଆଭ୍ୟନ୍ତରରୁ ପଶ୍ଚିମ ଓଡ଼ିଶା ସବୁଠି ତାତିର ପ୍ରଭାବ । ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ସତର୍କ କରାଇଦେଇଛି ପାଣିପାଗ ବିଭାଗ । ଓଡ଼ିଶାକୁ ଆସୁଥିବା ସାମୁଦ୍ରିକ ପବନର ପ୍ରବାହ କମିଛି । ଫଳରେ ତାତି ବଢ଼ିବାରେ ଲାଗିଛି । ଆଗକୁ ସ୍ୱାଭାବିକ ଠାରୁ ଦୁଇରୁ ତିନି ଡଗ୍ରୀ ତାପମାତ୍ରା ବଢ଼ିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବିଶେଷକରି ବଲାଙ୍ଗିର, ଟିଟିଲାଗଡ଼, ସୋନପୁର, ବୌଦ୍ଧ, ଝାରସୁଗୁଡା,ଅନୁଗୋଳ, ଭବାନିାଟଣା ଇତ୍ୟାଦି ସହରରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ୨୫ ତାରିଖ ବେଳକୁ ତାତିରେ ଅଧିକ ବୃଦ୍ଧି ଘଟିବା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.