fbpx

Next Generation of Talent… ଛୋଟ ପିଲାର ଟାଲେଣ୍ଟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ, ଆନନ୍ଦ ମହିନ୍ଦ୍ରାଙ୍କ ପୋଷ୍ଟ

ନୂଆଦିଲ୍ଲୀ: ଅନେକ ସମୟରେ ନିଆରା ଏବଂ ମଜାଦାର ଭିଡିଓ ସେୟାର କରି ଲୋକଙ୍କୁ ମନୋରଞ୍ଜନର ଖୁରାକ ଯୋଗାଇଥାନ୍ତି ଆନନ୍ଦ ମହିନ୍ଦ୍ରା । ତାଙ୍କର ଏହିସବୁ ଭିଡିଓ ବି ପ୍ରାୟ ସମୟରେ ଖୁବ ଭାଇରାଲ ହୋଇଥାଏ । ଏବେ ମଧ୍ୟ ଠିକ ସେମିତି ଏକ ଭିଡିଓ ସେୟାର କରିଛନ୍ତି । ଗୋଟିଏ ଛୋଟ ପିଲାର ଏକ ଏମିତି ଭିଡିଓ ପୋଷ୍ଟ କରିଛନ୍ତି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅନ୍ୟ ଭିଡିଓ ଭଳି ଏହି ଭିଡିଓ ମଧ୍ୟ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି ।

ରାସ୍ତାରେ ଏକ ଛୋଟ ବାଳକର ଟାଲେଣ୍ଟକୁ ଏହି ଭିଡିଓରେ ଅପଲୋଡ କରାଯାଇଛି । ଭିଡିଓରେ ଏହି ଛୋଟ ପିଲାଟି ଜବରଦସ୍ତ ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳିଛି । ବଲିଉଡ ଫିଲ୍ମର ଟାଇଗର ଶ୍ରଫଙ୍କ ଭଳି ବ୍ୟାଫ୍ଲିପ ଏବଂ ଆହୁରି ଅନେକ ଷ୍ଟଣ୍ଟ କରି ପିଲାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେବେ ଏହି ସୁନ୍ଦର ଭିଡିଓର କ୍ୟାପ୍ସନରେ ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି ଯେ, ‘ଆମକୁ ଏହି ପ୍ରତିଭାକୁ ଫାଷ୍ଟ ଟ୍ରାକରେ ଲଗାଇବାର ଆବଶ୍ୟକ ରହିଛି ।’ ଏହି ଭିଡିଓକୁ ତାଙ୍କର ଜଣେ ବନ୍ଧୁ ସେୟାର କରିଥିବା ସେ କହିଛନ୍ତି । ତାମିଲନାଡୁର ତିରୁଦେଲୱାଲୀରେ ଏଭଳି କାରନାମା କରୁଥିବା ସମୟରେ ପିଲାଟିର ଭିଡିଓ କରାଯାଇଛି ।

କମନୱେଲଥ ଗେମରେ ଭାରତର ସ୍ୱର୍ଣ୍ଣ ପଦକ ହାସଲ କରିବା ପରେ ଆଗାମୀ ପିଢୀ ମଧ୍ୟ ଏଥିପାଇଁ ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି ମହିନ୍ଦ୍ରା । ୧୭ ସେକେଣ୍ଡର ଏହି ଭିଡିଓ ଅପଲୋଡ ହେବାର ମାତ୍ର କେଇଟା ଘଣ୍ଟା ଭିତରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ୪ ଲକ୍ଷ ପାଖାପାଖି ଲୋକ ଦେଖି ସାରିଥିବା ବେଳେ ୨୫ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି । ଭିଡିଓରେ ଅନେକ ଲୋକ ଭିନ୍ନ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । କେହି କେହି ତାଙ୍କୁ ଜୁନିୟର ଆଥଲେଟ କହୁତିବା ବେଳେ ଆଉ କିଛି ଲୋକ ଟ୍ରାଇଗରଙ୍କ ଜୁନିୟର ଭର୍ସନ ବୋଲି କମେଣ୍ଟ କରିଛନ୍ତି ।

Get real time updates directly on you device, subscribe now.