fbpx

କାନରୁ ଜାଣିପାରିବେ ବ୍ୟକ୍ତିଙ୍କ ଦୋଷ ଆଉ ଗୁଣ, ଏମିତି କରନ୍ତୁ ଚେକ୍

ଯେଉଁଭଳି ହାତ ରେଖା ଏବଂ କୁଣ୍ଡଳୀ ଦ୍ୱାରା ଗ୍ରହର ସ୍ଥିତିକୁ ଦେଖି କୌଣସି ବ୍ୟକ୍ତିଙ୍କ ଗୁଣ ଅବଗୁଣ ବିଷୟରେ ଜଣାପଡ଼ିଥାଏ । ସେହିଭଳି ସାମୁଦ୍ରିକ ଶାସ୍ତ୍ର ସାହଯ୍ୟରେ ଆପଣ କୌଣସି ବ୍ୟକ୍ତିଙ୍କ ବିଭିନ୍ନ ଅଙ୍ଗର ଆକାର ଏବଂ ଦେଖି ବ୍ୟକ୍ତିଙ୍କ ଦୁର୍ବଳତା ଏବଂ ବ୍ୟକ୍ତିତ୍ୱର ଅନୁମାନ ଲଗାଇପାରିବେ । ସାମୁଦ୍ରିକ ଶାସ୍ତ୍ର ଅନୂଯାୟୀ କେହି ବ୍ୟକ୍ତିଙ୍କ କାନ ଛୋଟ କିମ୍ବା ବଡ଼ ହେବା ତାଙ୍କର ସ୍ୱଭାବ ବିଷୟରେ ପୂରା କାହାଣୀ କହିଥାଏ । ତେବେ ଆସନ୍ତୁ ଜାଣିବା କାନର ଆକାରରୁ କିପରି ଜାଣିବେ ବ୍ୟକ୍ତିର ସ୍ୱଭାବ ।

ଦୁନିଆରେ ସବୁ ବ୍ୟକ୍ତିଙ୍କ କାନର ଆକାର ଅଲଗା ହୋଇଥାଏ । କାହାର କାନ ଛୋଟ ତ’ ପୁଣି କାହାର କାନ ବଡ଼, କାହାର ପୁଣି ଉଠି କରି ରହିଥାଏ ତ’ପୁଣି କାହାର ଦବି ହୋଇ । ସାମୁଦ୍ରିକ ଶାସ୍ତ୍ର ଅନୂଯାୟୀ ଯେଉଁ ଲୋକଙ୍କ କାନ ଛୋଟ ହୋଇଥାଏ ସେମାନେ ନିଜ ଜୀବନରେ ନିଜ ପରିଶ୍ରମରେ ଧନ, ମାନ-ସମ୍ମାନ ସବୁ ଅର୍ଜନ କରିଥାନ୍ତି । ସେହିଭଳି ଯେଉଁଲୋକଙ୍କ କାନ ଲମ୍ବା ହୋଇଥାଏ, ସେମାନେ ଦୀର୍ଘାୟୁ ହୋଇଥାଏ । ସାମୁଦ୍ରିକ ଶାସ୍ତ୍ର ଅନୂଯାୟୀ ଯେଉଁ ଲୋକଙ୍କ କାନରେ ଲୋମ ଥାଏ ସେମାନେ ସବୁବେଳେ ଭାଗ୍ୟବାନ ହୋଇଥାନ୍ତି ଏବଂ ତାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଭାଗ୍ୟ ସାଥ୍ ଦେଇଥାଏ ।

କାନର ଆକାର ଏବଂ ଚିହ୍ନ ଦ୍ୱାରା କୌଣସି ବ୍ୟକ୍ତି ଗୁଣ ତଥା ଦୁର୍ବଳତା ଜାଣିପାରିବେ । ସେହିଭଳି କାନ ଡେଇଁବା ଦ୍ୱାରା ଶୁଭ ଅଶୁଭ ସଙ୍କେତ ମଧ୍ୟ ଜାଣିପାରିବେ । ମାନ୍ୟତା ରହିଛି ଯେ ଯଦି କୌଣସି ବ୍ୟକ୍ତିଙ୍କ ଡାହାଣ କାନ ଡେଉଁଛି ତେବେ ତାଙ୍କ ଭବିଷ୍ୟତରେ ବଡ଼ ପଦବୀ ମଳିପାରେ । ସେହିଭଳି ଯଦି ବାମ କାନ ଡେଁଇଥାଏ ତେବେ କୌଣସି ଇଚ୍ଛାଥିବା କାମରେ ସଫଳତା ମିଳିଥାଏ । ଏହିଭଳି ଉଭୟ କାନ ଏକାସାଙ୍ଗରେ ଡେଇଁଲେ ତାହାକୁ ଶୁଭ ସଙ୍କେତ କୁହାଯାଏ ।

Get real time updates directly on you device, subscribe now.