fbpx

ଜାତୀୟ ରାଜପଥ ଓ ବିକାଶ ନିଗମ ପକ୍ଷରୁ ଆସିଲା ବଢ଼ିଆ ନିଯୁକ୍ତି ସୁଯୋଗ: ପ୍ରାର୍ଥୀଙ୍କୁ ମିଳିବ ହାଇ ପ୍ୟାକେଜ୍

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଢ଼ିଆ ଖବର ଆସିଛି । ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ (ଏନଏଚଆଇଡିସିଏଲ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଜେନେରାଲ ମ୍ୟାନେଜର, ଡେପୁଟି ଜେନେରାଲ ମ୍ୟାନେଜର, ମ୍ୟାନେଜର, ଡେପୁଟି ମ୍ୟାନେଜର, ଆସିଷ୍ଟାଣ୍ଟ ମ୍ୟାନେଜର, ଜୁନିୟର ମ୍ୟାନେଜର ଓ ଆସିଷ୍ଟାଷ୍ଟ ଡାଇରେକ୍ଟର ପଦରେ ନିଯୁକ୍ତି ଦିଆଯିବ ।

ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଡିଗ୍ରୀ / ଆଇସିଏଆଇ / ଆଇସିଡବ୍ଲ୍ୟୁଏଆଇ / ଏମବିଏ (ପ୍ରାସଙ୍ଗିକ ବିଭାଗ) ରହିଥିବା ଆବଶ୍ୟକ । ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୫୬ ବର୍ଷରୁ ଅଧିକ ହୋଇ ନଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ପ୍ରାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ଏପ୍ରିଲ ମାସ ୨୮ ଓ ୨୯ ତାରିଖ ଆବେଦନର ଅନ୍ତିମ ତାରିଖ ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ-୧: https://cbexams.com/NHIDCL_FEB2023Reg/Home.aspx

ଅନଲାଇନ୍ ଆବେଦନ ଲିଙ୍କ-୨: https://cbexams.com/NHIDCL_March2023Reg/Home.aspx

ନୋଟିଫିକେସନ ଲିଙ୍କ-୧: https://nhidcl.com/wp-content/uploads/2023/03/Applications-invited-in-On-line-mode-for-the-Posts-of-General-Manager-TP-Deputy-General-Manager-TP-Manager-TP-and-Deputy-Manager-TP-on-Deputation-Direct-Contract-in-NHIDCL.pdf

ନୋଟିଫିକେସନ ଲିଙ୍କ-୨: https://nhidcl.com/wp-content/uploads/2023/02/Full-Advertisement-English-dated-27.02.2023.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://nhidcl.com/

Get real time updates directly on you device, subscribe now.