fbpx
BJD SKY
BJD SKY

ଟଙ୍କା ଉଠାଇବାର ନିୟମରେ ହେବ ବଡ ପରିବର୍ତ୍ତନ: କରନ୍ତୁ ଏହି କାମ…

BJD

ନୂଆଦିଲ୍ଲୀ: ରିଟାୟାର ଫଣ୍ଡ ତିଆରି କରିବା ପାଇଁ ନେସନାଲ ପେନସନ ସିଷ୍ଟମ ହେଉଛି ସବୁଠୁ ଭଲ ଏବଂ ସୁନ୍ଦର ଉପାୟ । ଏହା ହେଉଛି ଏକ ଏଙ୍ଗ ଟାଇମ ଇନଭେଷ୍ଟମେଣ୍ଟ ସ୍କିମ, ଯାହା ଦ୍ୱାରା ଲୋକମାନେ ଚାକିରି ସମୟରେ ଟଙ୍କା ଜମା କରିଥାନ୍ତି । ତେବେ ଅବସର ପରେ ଏହି ଟଙ୍କା କର୍ମଚାରୀମାନଙ୍କୁ ପେନସନ ଆକାରରେ ପ୍ରଦାନ କରାଯାଇଥାଏ । ତେବେ ଏହି ନିୟମରେ ବର୍ତ୍ତମାନ ଏକ ବଡ ପରିବର୍ତ୍ତନ କରାଯାଇଛି । ଏ ନେଇ ପେନସନ ଫଣ୍ଡ ରେଗୁଲେଟୋରୀ ଏବଂ ଡେଭଲପମେଣ୍ଟ ଅଥରିଟି ତରଫରୁ ସବସ୍କ୍ରାଇବର ମାନଙ୍କୁ ସୂଚନା ଦେଇଛି ।

ସୂଚନା ଅନୁସାରେ, ବର୍ତ୍ତମାନ ପେନସନ କର୍ପସକୁ ଉଠାଇବା ପାଇଁ ସେଣ୍ଟ୍ରାଲ ରେକର୍ଡ କିପିଙ୍ଗ ଏଜେନ୍ସରେ କିଛି ତଥ୍ୟ ଅପଲୋଡ କରିବାକୁ ହେବ । ଏନପିଏସରୁ ଟଙ୍କା ଉଠାଣର ନୂଆ ନିୟମ ଯୋଜନା ଅଧୀନରେ ନ ଥିବା କର୍ମଚାରୀଙ୍କ ପାଇଁ ବାର୍ଷିକ ପେମେଣ୍ଟକୁ ସହଜ ଏବଂ ଶୀଘ୍ର କରିଥାଏ । ତେବେ ନୂଆ ଆର୍ଥିକ ବର୍ଷ ଅର୍ଥାତ ଏପ୍ରିଲ ୧ ତାରିଖରୁ ଏହି ନୂଆ ନିୟମକୁ ଲାଗୁ କରାଯାଇଛି । ଦେଶରେ ପେନସନ ସିଷ୍ଟମକୁ ସଞ୍ଚାଳନ କରୁଥିବା ପିଏଫଆରଡିଏ ଏ ସମ୍ପର୍କରେ ପୂର୍ବରୁ ସୂଚନା ଦେଇଥିଲା । ସେ କହିଥିଲା ଯେ, ଗ୍ରାହକଙ୍କୁ ଲାଭ ବାର୍ଷିକ ରୋଜଗାରର ଦେୟ ଠିକ ସମୟରେ ଦେବା ପାଇଁ ଏପ୍ରିଲ ୧, ୨୦୨୩ ରୁ ଡକ୍ୟୁମେଣ୍ଟ ଅପଲୋଡ କରିବା ବାଧ୍ୟତାମୂଳକ ହେବ ।

ଏଥିପାଇଁ ଗ୍ରାହକଙ୍କୁ ଏକ ଟଙ୍କା ଉଠାଣ ଫର୍ମ, ଆବେଦନ ସମୟରେ ଦିଆଯାଇଥିବା ପରିଚୟ ପତ୍ର ଏବଂ ବ୍ୟାଙ୍କ ଆକାଉଣ୍ଟର ଡିଟେଲ୍ସ ସହିତ ପରମାନେଣ୍ଟ ରିଟାୟାରମେଣ୍ଟ ଆକାଉଣ୍ଟ ନମ୍ବର କାର୍ଡର ଜେରକ୍ସ କପି ଦେବାକୁ ପଡିବ । ଏହାପୂର୍ବରୁ ଜାନୁୟାରୀ ୧ ତାରିଖରେ ଆଂଶିକ ଉଠାଣକୁ ନେଇ ପେନସନ ଫଣ୍ଡ ରେଗୁଲେଟୋରୀ ଏବଂ ଡେଭଲପମେଣ୍ଟ ଅଥରିଟୀ ଏକ ନୂଆ ନିୟମ ଲାଗୁ କରିଥିଲେ । ତେବେ ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ଜାନୁୟାରୀ ୧ ତାରିଖରୁ ନୋଡାଲ କାର୍ଯ୍ୟାଳୟ ମାଧ୍ୟମରେ ଆଂଶିକ ଆବେଦନ ଜମା କରିବା ପାଇଁ କହିଛି ପିଏଫଆରଡିଏ ।

Get real time updates directly on you device, subscribe now.