fbpx

ISIS ଆତଙ୍କୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ, ୪୩ ସ୍ଥାନରେ ଏନ୍ଆଇଏର ରେଡ୍, ୧୩ ଗିରଫ

AAKASH

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ଏଜେନ୍ସି(ଏନ୍ଆଇଏ)କୁ ମିଳିଛି ବଡ଼ ସଫଳତା । କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ISISର ଷଡ଼ଯନ୍ତ୍ର ବିରୋଧରେ ଏନ୍ଆଇଏ ନେଇଛି ବଡ଼ ପଦକ୍ଷେପ । ଏହି ମାମଲାରେ ଏନ୍ଆଇଏ ସକାଳୁ ଦେଶରେ ୪୩ଟି ସ୍ଥାନରେ ଏକକାଳୀନ ରେଡ୍ କରିଛି । ତେବେ ଏହି ଚଢ଼ାଉ ସମୟରେ ଆତଙ୍କବାଦୀଙ୍କ ଆନ୍ତର୍ଜାତୀୟ କନେକ୍ସନ ଏବଂ ବିଦେଶରେ ସ୍ଥିତ ISIS ହ୍ୟାଣ୍ଡଲରଙ୍କ ସମ୍ପୃକ୍ତି ଥିବା ଖୁଲାସା କରିଛି । ଏହି ମାମଲାରେ ଏନ୍ଆଇଏ ୧୩ ଜଣଙ୍କୁ ଗିରଫ କରିଥିବାର ସୂଚନା ମିଳିଛି ।

ଭାରତରେ ଆତଙ୍କବାଦ ଓ ହିଂସା ବିସ୍ତାର ପାଇଁ ISIS ରଚିଥିବା ଷଡ଼ଯନ୍ତ୍ର ବିଫଳ ହେବା ସହ ଆତଙ୍କବାଦ ବିଚାରଧାରା ପ୍ରଚାର କରିବାକୁ ତିଆରି ହୋଇଥିବା ଏକ ବଡ଼ ନେଟୱାର୍କର ମଧ୍ୟ ପର୍ଦ୍ଦାଫାସ ହୋଇଛି । କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ରେଡ୍ କରାଯାଉଛି । କର୍ଣ୍ଣାଟକର ଗୋଟିଏ ସ୍ଥାନ, ପୁଣେର ୨, ଥାନେ ରୁରାଳ ଅଂଚଳର ୩୧ ଏବଂ ଥାନା ସହରର ୯ଟି ସ୍ଥାନରେ ଏହି ରେଡ୍ ଜାରି ରହିଛି । କେବଳ ଭାରତ ନୁହେଁ ଅନ୍ୟ ଦେଶରେ ମଧ୍ୟ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଇଁ ଆଇଏସ୍ଆଇଏସ୍ ଏଭଳି ଯୋଜନା କରିଥିଲା ।

Get real time updates directly on you device, subscribe now.