fbpx
BSKY
BJD YOUTH SKY
BJD MS SKY

ଆଜି କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧିଙ୍କ ଜନ୍ମଦିନ, ଜାଣନ୍ତୁ ତାଙ୍କ ବୟସ କେତେ ଓ ଆଉ କିଛି…

ନୁଆଦିଲ୍ଲୀ: ଆଜି କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧିଙ୍କ ଜନ୍ମଦିନ। ଜାତୀୟ ରାଜନୀତିରେ ସେ ଜଣେ ପୁରୁଖା ନେତ୍ରୀ। ସେହିପରି ସେ ଜଣେ ଅନୁଭବୀ ଓ ଅଭିଜ୍ଞ ରାଜନେତା। କଂଗ୍ରେସ ସରକାରର ଉଥାନ ପଥାନ ସହ ବହୁ ଘଡ଼ି ସନ୍ଧି ମୂହୂର୍ତ୍ତ ଦେଇ ଗତି କରିଛନ୍ତି ସୋନିଆ । ଯଦିଓ ସେ ପ୍ରଧାନମନ୍ତ୍ରୀ ହୋଇ ନାହାନ୍ତି, କିନ୍ତୁ ରାଜନୀତିରେ ତାଙ୍କର ବେଶ୍ ଦବଦବା ରହିଛି। ଏଥିପାଇଁ ୨୦୧୩ରେ ଫୋର୍ବସ ପତ୍ରିକା ସୋନିଆଙ୍କୁ ବିଶ୍ୱର ପାୱାରଫୁଲ୍ ଲେଡି ତାଲିକାର ତୃତୀୟ ସ୍ଥାନରେ ରଖିଥିଲା। ତେବେ ସୋନିଆ ଆଜି ୭୭ ବର୍ଷରେ ପଦାର୍ପଣ କରିଛନ୍ତି। ସେଥିପାଇଁ ତାଙ୍କୁ ବିଭିନ୍ନ ଆଡ଼ୁ ଶୁଭକାମନାର ସୁଅ ଛୁଟୁଛି। ହେଲେ ସର୍ବାଧିକ ସମୟ ପର୍ୟ୍ୟନ୍ତ ରହିଥିବା ଏହି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ରାଜନୀତି ଜୟାଯାତ୍ରା କମ୍ ଜଣଙ୍କୁ ଜଣା।

ଏକଦା କଂଗ୍ରେସ ଦୁର୍ବଳ ଥିବା ଅବସ୍ଥାରେ ସୋନିଆ ଗାନ୍ଧି ୧୯୯୮ରେ କଂଗ୍ରେସର ସଭାପତି ହୋଇଥିଲେ। ଏହାପରେ ତାଙ୍କରି ନେତୃତ୍ୱରେ ଦଳ ନିର୍ବାଚନ ଲଢି ୨୦୦୪ ଓ ୨୦୦୯ରେ ସରକାର ଗଠନ କରିଥିଲା। ହେଲେ ୨୦୧୪ ଓ ୨୦୧୯ରେ ଦଳର ଶୋଚନୀୟ ପରାଜୟ ହୋଇଥିଲା। କିନ୍ତୁ ସେ ଦଳର ସଭାପତି ଭାର ନେବା ପରଠାରୁ ଅର୍ଥାତ ଆଜି ଯାଏଁ ଜଣେ ସାଂସଦ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ୧୯୯୯ରୁ ସାଧାରଣ ନିର୍ବାଚନରେ ସେ ଉଭୟ ଅମେଠି ଓ ବେଲାରୀ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ତା’ପରଠୁ ସେ ରାଏ ବରେଲୀ ଆସନରୁ ବିଜୟୀ ହୋଇଆସୁଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ସେ ସେହି ଆସନରୁ ବିଜୟୀ ହୋଇ ଲୋକସଭାକୁ ଆସିଛନ୍ତି।

ସୋନିଆଙ୍କ ବିଷୟରେ କିଛି ଅଧିକ ଜାଣନ୍ତୁ:-

  • ୧୯୪୬ ଡିସେମ୍ବର ୯ରେ ଇଟାଲିର ଟୟରିନ୍‌ରେ ଜନ୍ମ ଗ୍ରହଣ କରିଥିଲେ ସୋନିଆ ଗାନ୍ଧି।
  • ୧୮ ବର୍ଷ ବୟସରେ ୧୯୬୫ରେ ରାଜୀବ ଗାନ୍ଧିଙ୍କ ସହ ସୋନିଆଙ୍କର ସାକ୍ଷାତ ହୋଇଥିଲା।
  • ୧୯୬୮ରେ ସୋନିଆ ଭାରତୀୟ ପୁଅ ରାଜୀବ ଗାନ୍ଧିଙ୍କୁ ବିବାହ କରିଥିଲେ।
  • ସୋନିଆ ଗାନ୍ଧି ୧୯୯୭ରେ କଂଗ୍ରେସ ଦଳ ସହ ଯୋଡ଼ି ହୋଇଥିଲେ।
  • ୧୯୯୮ରେ ସୋନିଆ ଗାନ୍ଧି ହୋଇଥିଲେ କଂଗ୍ରେସର ଅଧ୍ୟକ୍ଷା।
  • ୧୯୯୯ରେ ସୋନିଆ ଭାରତର ପ୍ରଧାନମନ୍ତ୍ରୀ ହେବାକୁ ଚାହିଁଥିଲେ। ହେଲେ ସେ ବିଦେଶିନୀ ହୋଇଥିବାରୁ ତାଙ୍କୁ ବିରୋଧ କରିଥିଲେ କଂଗ୍ରେସର ବହୁ ବରିଷ୍ଠ ନେତା ଏବଂ ବିରୋଧୀ।
  • ୧୯୯୯ରେ ସୋନିଆ ଉତ୍ତରପ୍ରଦେଶର ଆମେଥି ଏବଂ କର୍ଣ୍ଣାଟକର ବେଲାରୀ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ସେ ଆମେଥିରୁ ପ୍ରତିନିଧିତ୍ୱ କରିବାକୁ ଚାହିଁଲେ। ସୋନିଆ ସେତେବେଳେ ବେଲାରୀ ଆସନରେ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କୁ ପରାଜିତ କରିଥିଲେ।
  • ୧୯୯୯ରେ ସେ ବିରୋଧୀ ଦଳ ନେତ୍ରୀ ଭାବେ ଲୋକସଭାରେ ଦାୟିତ୍ୱ ତୁଲାଇ ଥିଲେ।
  • ୨୦୦୪ ଏବଂ ୨୦୦୯ ନିର୍ବାଚନରେ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଢ଼ିଥିଲା।
  • ମହାତ୍ମା ଗାନ୍ଧିଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ୨୦୦୭ ଅକ୍ଟୋବର ୨ରେ ସୋନିଆ ଜାତିସଂଘରେ ଉଦବୋଧନ ଦେଇଥିଲେ।
  • ଦୀର୍ଘ ୨୪ ବର୍ଷ ପରେ ସେ ଅଧ୍ୟକ୍ଷା ପଦ ଛାଡ଼ି ଗତ ଅକ୍ଟୋବରରେ ମଲ୍ଲିକା ଅର୍ଜୁନ ଖଡ଼ଗେଙ୍କୁ ସେ ତାଙ୍କ ଦାୟିତ୍ୱଭାର ହସ୍ତାନ୍ତର କରିଥିଲେ।

Get real time updates directly on you device, subscribe now.