fbpx

ଝାରପଡ଼ା ଜେଲରେ NIA ଟିମ୍, ମାଓନେତା ଦୁବାସି ଶଙ୍କରକୁ ଚାଲିଛି ଜେରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗିରଫ ହୋଇଥିବା ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରକୁ ଜେଲରେ ଜେରା ଚାଲିଛି । ଭୁବନେଶ୍ୱରର ଝାରପଡ଼ା ଜେଲ ଭିତରେ ଏନଆଇଏ ଜେରା କରୁଛି । କୋର୍ଟଙ୍କ ଅନୁମତି କ୍ରମେ ଜେଲ୍ ଭିତରେ ଜେରା କରାଯାଉଛି । ମାଓ କାର୍ଯ୍ୟକଳାପ ନେଇ ପଚରା ଉଚାର ଜାରି ରହିଥିବା ସୂଚନା ମିଳିଛି । ୨୦୧୨ ମାଲକାନଗିରି ଚିତ୍ରକୋଣ୍ଡା ବିସ୍ଫୋରଣରେ ବିଏସଏଫ୍ କମାଣ୍ଡାଣ୍ଟ ଓ ୩ ଯବାନଙ୍କ ମୃତ୍ୟୁ ମାମଲାରେ ଜେରା କରୁଛି ଏନଆଇଏର ୩ ଜଣିଆ ଟିମ୍ ।

ବୈପାରୀଗୁଡ଼ ଜେଲରୁ ଦୁବାସୀ ଶଙ୍କରକୁ ଭୁବନେଶ୍ୱର ଅଣାଯାଇଛି । ଆନ୍ଧ୍ର, ଓଡ଼ିଶା ଓ ତେଲେଙ୍ଗାନାରେ ବହୁ ହିଂସାରେ ଦୁବାସୀ ଜଡ଼ିତ ଅଛି । ସେପ୍ଟେମ୍ବର ୯ରେ କୋରାପୁଟ ବୈପାରୀଗୁଡ଼ା ପୁଲିସ ହାତରେ ଧରାପଡ଼ିଥିଲା ଶଙ୍କର । ଦୁବାସୀକୁ ଧରାଇଲେ ୨୦ ଲଖ୍ୟ ଟଙ୍କାର ପୁରସ୍କାର ଦିଆଯିବ ବୋଲି ଘୋଷଣା ମଧ୍ୟ ହୋଇଥିଲା ।

Get real time updates directly on you device, subscribe now.