୧୨ ଛୁଆ ପରେ ନିଜ ଅଣ୍ଡକୋଷକୁ ୮୪ କୋଟି ଟଙ୍କାରେ ବୀମା କଲେ ଟିଭି ହୋଷ୍ଟ

ଅଣ୍ଡକୋଷର ବୀମା କରି ଚର୍ଚ୍ଚାରେ ନିକ୍ । ଇନ୍ସୁରାନ୍ସ ପାଇଁ ଚର୍ଚ୍ଚାରେ ୧୨ ପିଲାର ବାପା ।

ୱାଶିଂଟନ୍: ଆମେରିକୀୟ ଟେଲିଭିଜନ୍ ହୋଷ୍ଟ ନିକ କାନନ୍ ଏବେ ଚର୍ଚ୍ଚାରେ । ନିକ୍ ତାଙ୍କ ଅଣ୍ଡକୋଷର ଇନ୍ସୁରାନ୍ସ କରି ଚର୍ଚ୍ଚାକୁ ଆସିଛନ୍ତି । ୧୨ ପିଲାଙ୍କ ବାପା ନିକ୍ ୧୦ ମିଲିୟନ୍ ଡଲାରର ଇନ୍ସୁରାନ୍ସ କରିଛନ୍ତି ତା’ ପୁଣି ନିଜ ଟେଷ୍ଟିକଲ୍ ବା ଅଣ୍ଡକୋଷର ।

ନିକଟରେ ପ୍ରସାରିତ ଏପିସୋଡ ‘ଟି ଟାଇମ୍ ୱିଥ୍ ରାଭେନ ଆଣ୍ଡ ମିରାଣ୍ଡା’ ପଡକାଷ୍ଟର ଏକ ଡିସକଶନରେ ନିକ ଏ କଥାକୁ ନେଇ ଆଲୋଚନା କରିଛନ୍ତି । ୨୦୨୪ରେ ନିକ୍ ତାଙ୍କ ଅଣ୍ଡକୋଷର ଇନସୁରାନ୍ସ କରିଥିବା ଜଣାଇଛନ୍ତି ।

ତାଙ୍କର ଗୋଟିଏ ଅଣ୍ଡକୋଷର ଇନ୍ସରାନ୍ସ ୫ ମିଲିୟନ୍ ଡଲାର । ଯେଉଁଥିପାଇଁ ସେ ଦୁଇଟିଯାକ ଅଣ୍ଡକୋଷ ପାଇଁ ୧୦ ମିଲିୟନ୍ ଡଲାରର ବୀମା କରିିଥିବା କହିଛନ୍ତି ।

ନିକ୍ ନିଜ ଅଣ୍ଡକୋଷକୁ ତାଙ୍କର ସବୁଠାରୁ ମୁଲ୍ୟବାଦ୍ ସମ୍ପତ୍ତି ବୋଲି କହିଛନ୍ତି । ଅଫିସରେ ଥିବା ସମୟରେ ସେ ଇନ୍ସୁରାନ୍ସ ବିଷୟରେ ଜାଣିବାକୁ ପାଇଥିଲେ । ଯାହାପରେ ତାଙ୍କର ଆଗ୍ରହ ହୋଇଥିଲା ବୀମା କରିବା ପାଇଁ ।

ନିକ ୨ ଜଣଙ୍କୁ ବିବାହ କରିଥିଲେ । ମାରିଆ ତାଙ୍କ ପ୍ରଥମ ପତ୍ନୀ । କିଛି ବର୍ଷ ଏକାଠି ରହିବା ପରେ ଦୁହେଁ ଅଲଗା ହୋଇଯାଇଥିଲେ ।

ପରବର୍ତ୍ତୀ ସୟମରେ ନିକ୍ ଅଲିସା ସ୍କଟଙ୍କୁ ବିବାହ କରିଥିଲେ । ସେମାନଙ୍କର ୨ଟି ପଲା । ହେଲେ ବ୍ରେନ କ୍ୟାନ୍ସର ଯୋଗୁ ତାଙ୍କ ପୁଅ ଜେନର ମୃତ୍ୟୁ ଘଟିଥିବାବେଳେ ଝିଅ ହୋଲା ସହ ସେମାନେ ରହୁଛନ୍ତି ।