ରୋମାଣ୍ଟିକ୍ ହେଲେ ନିକ୍-ପ୍ରିୟଙ୍କା, ଫଟୋ ସେୟାର କରି ଦେଶୀଗର୍ଲ କହିଲେ, ଜୀବନର ସବୁଠୁ…

ମୁମ୍ବାଇ,୨୦ା୭: ବଲିଉଡ ପରେ ହଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ୪୩ବର୍ଷ ବୟସରେ ପାଦ ଦେଇଛନ୍ତି। ଅଭିନେତ୍ରୀଙ୍କ ସ୍ୱାମୀ ନିକ୍ ଜୋନାସ୍, ଝିଅ ମାଳତୀ ମେରୀ ଏବଂ ତାଙ୍କ ବନ୍ଧୁମାନଙ୍କ ସହିତ ବାହାମାସରେ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି। ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ ଜନ୍ମଦିନର ଏକ ଚମତ୍କାର ଝଲକ ଦେଖାଇଛନ୍ତି।

ପ୍ରିୟଙ୍କା ଇନଷ୍ଟାଗ୍ରାମରେ ବାହାମାସ ଛୁଟିର ସୁନ୍ଦର ଫଟୋ ଏବଂ ଭିଡିଓ କ୍ଲିପ୍ ସେୟାର କରିଛନ୍ତି। ପ୍ରଥମ ଫଟୋରେ ସେ ଲାଲ ଡ୍ରେସ ପିନ୍ଧି ପୋଜ୍ ଦେଉଥିବାର ଦେଖାଯାଇଛି।

ଗୋଟିଏ ଫଟୋରେ ଅଭିନେତ୍ରୀ ଲାଲ ବିକିନି ପିନ୍ଧି ନିଜର ଫିଗର ଦେଖାଇଛନ୍ତି। ଅଭିନେତ୍ରୀ ଆଖିରେ କଳା ଚଷମା ପିନ୍ଧିଛନ୍ତି।

ଗୋଟିଏ ଫଟୋରେ ପ୍ରିୟଙ୍କା ବାଲିରେ ଶୋଇ ପୋଜ୍ ଦେଉଥିବାର ଦେଖାଯାଇଛି, ଅନ୍ୟ ଏକ ଫଟୋରେ ସେ ପାଣିରେ ଆରାମ କରୁଥିବାର ଦେଖାଯାଇଛି।

ଏକ ଭିଡିଓରେ, ସ୍ୱାମୀ ନିକ ଜୋନାସ୍ ତାଙ୍କୁ ଝୁଲାଉଥିବା ନଜର ଆସିଛନ୍ତି।

ଗୋଟିଏ ଭିଡିଓରେ ପ୍ରିୟଙ୍କା ନିକଙ୍କ ସହିତ ରୋମାଣ୍ଟିକ୍ ହେବାର ମଧ୍ୟ ଦେଖାଯାଇଛି। ନିକ ସମୁଦ୍ରରେ ଶୋଇଥିବାବେଳେ ପ୍ରିୟଙ୍କା ତାଙ୍କ ଉପରେ ବସିଛନ୍ତି।

ଅନେକ ଫଟୋରେ ପ୍ରିୟଙ୍କାଙ୍କ ଝିଅ ମାଳତୀର ଏକ ଝଲକ ମଧ୍ୟ ଦେଖିବାକୁ ମିଳିଛି। ଗୋଟିଏ ଫଟୋରେ ମାଳତୀ ହାତରେ ଶଙ୍ଖ ଧରିଥିବାର ଦେଖାଯାଇଛି।

ଜନ୍ମଦିନ ପାଳନ ସମୟରେ ଅଭିନେତ୍ରୀଙ୍କ କିଛି ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ। ଅଭିନେତ୍ରୀ ଏକ ଗ୍ରୁପ୍ ଫଟୋ ବି ସେୟାର କରିଛନ୍ତି ପ୍ରିୟଙ୍କା ।

ପ୍ରିୟଙ୍କାଙ୍କ ଏହି ଫଟୋଗୁଡ଼ିକ କହୁଛି ସେ ତାଙ୍କ ବାର୍ଥ ଡେ’ ଟ୍ରିପକୁ ବହୁତ ଉପଭୋଗ କରିଛନ୍ତି। ସେ ନିଜେ ମଧ୍ୟ ଏହି ଯାତ୍ରାକୁ ସର୍ବୋତ୍ତମ ଛୁଟି ବୋଲି କହିଛନ୍ତି।

ପ୍ରିୟଙ୍କା ଲେଖିଛନ୍ତି “Dream, goodbye to the best birthday trip and summer vacation ever! Sound on.”