fbpx
BSKY
BJD MC SKY
BJD YOUTH SKY

ନୂଆବର୍ଷ ପାଇଁ ଦିଲ୍ଲୀରେ ଜାରିହେଲା ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ, ୩୧ା୧୨: ନୂଆବର୍ଷ ୨୦୨୧କୁ ନେଇ ସମସ୍ତେ ତତ୍ପର ହୋଇଉଠିଥିବା ବେଳେ ଦିଲ୍ଲୀରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମଏ) ଏହି ଗାଇଡଲାଇନ ଜାରି କରିଛନ୍ତି ।

ଡିଡିଏମ ପକ୍ଷରୁ କୁହାଯାଇଛି ଯେ, ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ରାତ୍ର ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି କରାଯିବ । ରାତି ୧୧ଟା ପରେ ସର୍ବସାଧାରଣ ସ୍ଥଳରେ ୫ଜଣରୁ ଅଧିକ ବ୍ୟକ୍ତି ସମାଗମ ହୋଇପାରିବେ ନାହିଁ । ନୂଆବର୍ଷ ପାଇଁ କୌଣସି କାର୍ଯ୍ୟକ୍ରମ ବା ସମାବେଶକୁ ଅନୁମତି ଦିଆଯିବ ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.