fbpx

ଦେଶରେ ୟୁକେ ଭାଇରସ୍ ପଜିଟିଭ୍ ସଂଖ୍ୟା ୨୫କୁ ବୃଦ୍ଧି: ଆଜି ପୁଣି ୫ ଚିହ୍ନଟ

ନୂଆଦିଲ୍ଲୀ,୩୧ ।୧୨: ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ ଏବେ ଭାରତରେ ଦେଖିବାକୁ ମିଳୁଛି । ଦେଶରେ ଆଉ ୫ ଜଣଙ୍କରଠାରେ ୟୁକେ ଭାଇରସ୍ ଚିହ୍ନଟ ହୋଇଛି । ଏନଆଇଭି ପୁଣେରୁ ୪ ଓ ଆଇଜିବି ଦିଲ୍ଲୀରେ ଗୋଟିଏ ନମୁନାରେ ୟୁକେ ଭାଇରସ୍ ହୋଇଛି । ଦେଶରେ ୟୁକେ ଭାଇରସ୍ ପଜିଟିଭ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ପଜିଟିଭ୍ ହୋଇଥିବା ୨୫ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.