fbpx
BJD SKY
BJD SKY

ମୁମ୍ବାଇରେ ହଟିଲା ନାଇଟ କର୍ଫ୍ୟୁ: ୫୦ % କ୍ଷମତା ସହ ଖୋଲିବ ରେଷ୍ଟୁରାଣ୍ଟ, ଥିଏଟର

BJD

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣରେ ହ୍ରାସକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ କରୋନା କଟକଣାକୁ କୋହଳ କରାଯାଇଛି । ମଙ୍ଗଳବାର ଏନେଇ ଜାରି ହୋଇଥିବା ଆଦେଶ ଅନୁଯାୟୀ ସହରରେ ଥିବା ରେଷ୍ଟୁରାଣ୍ଟ ଏବଂ ଥିଏଟର ୫୦ % କ୍ଷମତା ସହ ଚାଲିବ । ଏହା ସହ କରୋନାର ସଂକ୍ରମଣକୁ ରୋକିବା ପାଇଁ ଲାଗୁ ହୋଇଥିବା ନାଇଟ୍ କର୍ଫ୍ୟୁ ମଧ୍ୟ ହଟାଯାଇଛି ।

ସେହପରି ସ୍ଥାନୀୟ ପର୍ଯ୍ୟଟନ ସ୍ଥଳ ଏବଂ ସାପ୍ତାହିକ ବଜାର ସ୍ୱାଭାବିକ ସମୟ ଯାଏଁ ଖୋଲିପାରିବ । ଏହା ସହ ସ୍ୱିମିଙ୍ଗ ପୁଲ୍ ଏବଂ ୱାଟର ପାର୍କ ୫୦ ପ୍ରତିଶତ କ୍ଷମତା ସହ ସଞ୍ଚାଳିତ ହେବେ । ସେହିପରି ଖୋଲା ସ୍ଥାନ କିମ୍ବା ବଡ଼ ହଲ ମାନଙ୍କରେ କ୍ଷମତାର ୨୫ % ଲୋକ ସାମିଲ ହୋଇପାରିବେ କିମ୍ବା ୨୦୦ ଲୋକ ସାମିଲ ହୋଇପାରିବେ । ବିବାହ କାର୍ଯ୍ୟକ୍ରମରେ ମଧ୍ୟ ୨୦୦ ଲୋକ ସାମିଲ ହୋଇପାରିବେ ।

Get real time updates directly on you device, subscribe now.