fbpx
BSKY SKY
BSKY SKY

ଟ୍ୟାକ୍ସ ସ୍ଲାବ ନେଇ ଅର୍ଥମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଇନକମ୍ ଟ୍ୟାକ୍ସ ନ ବଢ଼ାଇବାକୁ ଥିଲା ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

BSKY

ବଜେଟକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରତିକ୍ରିୟା । ଆୟକର ସ୍ଲାବ୍ ଅବରିବର୍ତ୍ତିତ ନେଇ ଅର୍ଥମନ୍ତ୍ରୀ ସୀତାରମଣଙ୍କ ପ୍ରତିକ୍ରିୟା । ଇନକମ ଟ୍ୟାକ୍ସରେ ଟଙ୍କାଟି ବି ବଢ଼ାଯାଇନି କହିଲେ ନିର୍ମଳା ସୀତାରମଣ । ସେ ଆହୁରି କହିଛନ୍ତି, ଗଲାଥର ଭଳି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ କଡ଼ା ନିର୍ଦ୍ଦେଶ ରହିଥିଲା ଯେ ମହମାରୀ ସମୟରେ ଆୟକର ଟ୍ୟାକ୍ସ ନବଦଳାଇବାକୁ କହିଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଆଦେଶ ଅନୁସାରେ ଟିକସ ବଢ଼ାଯାଇନି କହିଲେ ସୀତାରମଣ ।

ସେହିପରି ଭିତ୍ତିଭୂମିର ବିକାଶ ଯୋଗୁଁ ଆୟ ଓ ନିଯୁକ୍ତ ବଢ଼ିବ । ୧୪ ଟି କ୍ଷେତ୍ରରେ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ହୋଇଛି । ଋଣ ସୁବିଧା ପ୍ରଦାନ ଯୋଗୁଁ ଏମଏସଏମଇ କ୍ଷେତ୍ରରେ ଛଟେଇ ରୋକାଯାଇ ପାରିଛି । ୟୁରିଆ ସାରର ଦର ବଢ଼ିଛି ହେଲେ ଏହି ବୋଝ ଚାଷୀଙ୍କ ଉପରେ ପକାଯାଇନି । ୟୁରିଆ ସାର ଉପରେ ୬୩ ହଜାର କୋଟିର ସବସିଡି ବ୍ୟବସ୍ଥା । ଅନ୍ନଦାତାଙ୍କୁ ଶକ୍ତିଦାତା କରିବାକୁ ସୌର ଶକ୍ତିଦାତା କରିବାକୁ ଉଦ୍ୟମ ଚାଲିଛି ।

Get real time updates directly on you device, subscribe now.