fbpx

ଅନଲକ-୨ରେ ବଦଳିଲା ନାଇଟ କର୍ଫ୍ୟୁ ସମୟ

ଭୁବନେଶ୍ୱର, ୩୦ା୬(ଓଡ଼ିଶା ଭାସ୍କର): ଅନଲକ-୨ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଅନଲକ ୨ରେ ଜିଲ୍ଲାପାଳ ବା ପୌର ପ୍ରଶାସକ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବେ । ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶକୁ ଅନୁମତି ନାହିଁ । ଅଗଷ୍ଟ ଶେଷ ଯାଏଁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ପାଠପଢ଼ାକୁ ଛାଡ଼ି କର୍ମଚାରୀଙ୍କୁ ନେଇ ଖୋଲିପାରିବ ଶିକ୍ଷାନୁଷ୍ଠାନ । ସିନେମା ହଲ, ପାର୍କ,ଜିମ, ମଧ୍ୟ ବନ୍ଦ ରହିବ । ରେଷ୍ଟୁରାଣ୍ଟ, ଢ଼ାବା , ଖାଦ୍ୟ ପାର୍ସଲ ଦେଇପାରିବେ । କେବଳ ବିମାନବନ୍ଦର, ରେଳ ଷ୍ଟେସନକୁ ଓଲା, ଓବେର ଅନୁମତି ଦିଆଯିବ । ପୂର୍ବରୁ ଥିବା ନାଇଟ କର୍ଫ୍ୟୁ ସମୟରେ ପରିବର୍ତ୍ତନ କରାଯାଇଛି । ରାତି ୯ଟାରୁ ସକାଳ ୫ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ । ଗତକାଲି କେନ୍ଦ୍ର ପକ୍ଷରୁ ଅନଲକ ୨.୦ ନେଇ ଗାଇଡ଼ ଲାଇନ ଜାରି କରାଯାଇଥିଲା । ଏହାସହିତ ମାସ୍କ ନପିନ୍ଧିଲେ ଓ ସାମାଜିକ ଦୂରତା ମଧ୍ୟ ନମାନିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବାହାଘରରେ ୫୦ଜଣ ସାମିଲ ହେବେ ଓ ଅନ୍ତିମସଂସ୍କାର କାର୍ଯ୍ୟରେ ୨୦ଜଣ ସାମିଲ ପାଇଁ ଅନୁମତି ମିଳିବ । ରାଜ୍ୟ ଭିତରେ, ରାଜ୍ୟ ବାହାରକୁ ମାଲ ପରିବହନରେ କଟକଣା ନାହିଁ । ଓଡ଼ିଶାକୁ ଅଧିକ ଟ୍ରେନ ଓ ବିମାନ ନଆସିବା ନେଇ କେନ୍ଦ୍ରକୁ କୁହାଯାଇଛି । ବୟସ୍କ ବ୍ୟକ୍ତି, ଗର୍ଭବତୀ, ଛୋଟ ପିଲା ନବାହାରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.