ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଥିବା ବେଳେ ନୂତନ କୋଭିଡ୍ ଗାଇଡଲାଇନ ଘୋଷଣା କରାଯାଇଛି । ଏସଆରସି ପ୍ରଦୀପ ଜେନା ଏହି କୋଭିଡ୍ ଗାଇଡଲାଇନ ସମ୍ପର୍କରେ ଘୋଷଣା କରିଛନ୍ତି । ରାଜ୍ୟର ସମସ୍ତ ସହରାଞ୍ଚଳରେ ଏଣିକି ନାଇଟ କର୍ଫ୍ୟୁ ଜାରି କରାଯିବ । ରାତି ୯ଟାରୁ ଭୋର ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି । ଏହି ସମୟରେ ସମସ୍ତ ଜରୁରୀକାଳୀନ କାର୍ଯ୍ୟକୁ ଅନୁମତି ପ୍ରଦାନ କରାଯିବ । ବିବାହ ବ୍ରତ ଭଳି କାର୍ଯ୍ୟକ୍ରମ ପାଇଁ ୧୦୦ ଜଣଙ୍କୁ ଅନୁମତି ମିଳିଥିବା ବେଳେ ବରଯାତ୍ରୀ ପାଇଁ ୩୦ ଜଣଙ୍କୁ ଅନୁମତି ଦିଆଯାଇଛି । ଦୋକାନ ସମ୍ମୁଖରେ ଭିଡ ଅଧିକ ହେଲେ ଏହାକୁ ୭ ଦିନ ଯାଏଁ ବନ୍ଦ କରାଯିବ ।
ଦେଶ ଓ ରାଜ୍ୟ ବର୍ତ୍ତମାନ କରୋନାର ଆଉ ଏକ ଲହର ଆଡକୁ ଗତି କରୁଛି । ତେଣୁ ଯେଉଁମାନେ ବୁଷ୍ଟର ଡୋଜ ନେବା ପାଇଁ ଯୋଗ୍ୟ ସେମାନେ ଟିକା ନିଅନ୍ତୁ ବୋଲି କହିଛନ୍ତି ଏସଆରସି । ମାସ୍କ ବ୍ୟବହାର, ସାମାଜିକ ଦୂରତା ବଜାୟ ରଖିବା ପାଇଁ ଏସଆରସି କହିଛନ୍ତି । ଏଣିକି ସରକାରୀ କାର୍ଯ୍ୟାଳୟରେ କମ କର୍ମଚାରୀରେ କାମ କରାଯିବ । ଦ୍ୱାଦଶ ଶ୍ରେଣୀ ଯାଏଁ ସମସ୍ତ କ୍ଲାସ ବନ୍ଦ ରଖାଯାଇଛି । ଅନଲାଇନ କ୍ଲାସ ପୂର୍ବପରି ଜାରି ରହିବ । ଅନ୍ୟ ପକ୍ଷରେ ସମ୍ମେଟିଭ୍ ପରୀକ୍ଷା ପୂର୍ବପରି ଜାରି ରହିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।
୧-ରାତି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ ହେବ
୨- ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ଲାଗୁ ହେବ ନାଇଟ କର୍ଫ୍ୟୁ
୩-ମାଟ୍ରିକ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ, କ୍ଲାସ ବନ୍ଦ ରହିବ
୪- ସମସ୍ତ ସ୍କୁଲ କଲେଜରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରହିବ
୫- କ୍ଲାସ ବନ୍ଦ ରହିଲେ ବି ଅନଲାଇନ ପାଠପଢା ଚାଲୁ ରହିବ
୬-ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଛୋଟ ଛୋଟ ବ୍ୟାଚ ଡାଉଟ କ୍ଲିୟରିଂ କ୍ଲାସ କରିପାରିବେ
୭- ହାଟ ବଜାରରେ ଭିଡ଼ ହ୍ରାସ ଉପରେ ଗୁରୁତ୍ୱ
୮- ଭିଡ଼ ହେଲେ ମଲ,ଦୋକାନ ମାଲିକ ଦାୟୀ, ୭ ଦିନ ଯାଏ ବନ୍ଦ କରାଯିବ
୯- ରାଜନୈତିକ, ଶୈକ୍ଷିକ ସମାବେଶରେ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି
୧୦- ଇଣ୍ଡୋର ହଲରେ କାର୍ଯ୍ୟକ୍ରମ ହେଉଥିଲେ ୫୦ ପ୍ରତିଶତ କ୍ଷମତାକୁ ଅନୁମତି
୧୧- ପର୍ଯ୍ୟଟଦ ସ୍ଥାନରେ ପିକନିକ ସମ୍ପୂର୍ଣ୍ଣ ବାରଣ କରାଯାଇଛି
୧୨- କୌଣସି ହୋଟେଲ, ପାର୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବେନି
୧୩- ସ୍କୁଲ, କଲେଜ ପିକନିକ, ଏସକର୍ସନ ସମ୍ପୂର୍ଣ୍ଣଭାବେ ବାରଣ
୧୪- ହୋଟେଲ, ବାର ରାତି ୯ଟା ଯାଏ ଖୋଲା, ୫୦% କ୍ଷମତାରେ ଚାଲିବ
୧୫- ରାସ୍ତାକଡ଼ ଦୋକାନ ୯ଟା ଯାଏ ଖୋଲିବ, ସର୍ବାଧିକ ୫ ଜଣ ଗ୍ରାହକ ରହିବେ