fbpx
BSKY SKY
BSKY SKY

ଓଡ଼ିଶାରୁ ଚିହ୍ନଟ ୨୪ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର: ବାଲେଶ୍ୱରରୁ ସର୍ବାଧିକ ଚିହ୍ନଟ

BSKY

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଓମିକ୍ରନ ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା । ଏହାରି ମଧ୍ୟରେ ରାଜ୍ୟରୁ ବୁଧବାର ୨୪ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ତଥ୍ୟ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଯାଜପୁର, ସମ୍ବଲପୁର, ନୂଆପଡ଼ା, ସୁନ୍ଦରଗଡ଼, ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ନେଇ କହିଛନ୍ତି ସ୍ୱାସ୍ଥ୍ୟ ସଚିବ । ସମସ୍ତଙ୍କ ଆକ୍ରାନ୍ତଙ୍କ ଟେସିଂ କରାଯାଉଥିବା ନେଇ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଚିହ୍ନଟ ୨୪ ଜଣକ ମଧ୍ୟରେ ୧୮ ଜଣ ପୁରୁଷ, ୬ ଜଣ ମହିଳା । ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ସମସ୍ତ ୨୪ ଆକ୍ରାନ୍ତଙ୍କ ବୟସ ୧୯ ବର୍ଷରୁ ୬୫ ବର୍ଷ ମଧ୍ୟରେ ହୋଇଥିବା ନେଇ କହିଛନ୍ତି ସ୍ୱାସ୍ଥ୍ୟ ସଚିବ । ବୁଧବାର ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ମହାମାରୀ ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ବୁଧବାର ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୨୪ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ବିଦେଶ ଲିଙ୍କ ରହିଛି । ବାକି ୧୯ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ମୋଟ ୨୧୮ ସାମ୍ପଲର ଜିନମ ସିକ୍ୱେନ୍ସିଂ କରାଯାଇଥିଲା । ୨୧୮ ସାମ୍ପଲରୁ ୨୪ଟି ଓମିକ୍ରନ ଭାରିଆଣ୍ଟ ଥିବା ସୂଚନା ମିଳିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ ପକ୍ଷରୁ ଅବଗତ କରାଯାଇଛି । ଆଜିର ୨୪କୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି । ପୂର୍ବରୁ ମୋଟ ୩୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Get real time updates directly on you device, subscribe now.