CHARIDHAM

ଆଜି ମହାପ୍ରଭୁଙ୍କ ନିଳାଦ୍ରୀବିଜେ

ପୁରୀ,୪/୭(ଓଡିଶା ଭାସ୍କର): ଆଜି ମହାପ୍ରଭୁଙ୍କ ଘୋଷଯାତ୍ରା ଶେଷ ହେବ। ୧୨ ଦିନର ଲୀଳାଖେଳା ସାରି ଆଜି ନୀଳାଦ୍ରିବିଜେ କରିବେ ଚତୁର୍ଦ୍ଧାମୂରତି। ମହାପଭୁ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରି ରତ୍ନସିଂହାସନକୁ ଯିବେ। ଗୋଟି ପହଣ୍ଡି ରେ ରତ୍ନସିଂହାସନକୁ ଯିବେ ଚତୁର୍ଦ୍ଧାମୂରତି।

ଉଲ୍ଲେଖଯୋଗ୍ୟ ଯେ ବାହୁଡା ଯାତ୍ରା ପରେ ମହାପ୍ରଭୁଙ୍କ ସୁନାବେଶ ହୋଇଥିଲା। ରଥରେ ରହି ମହଣ ମହଣ ସୁନାରେ ବେଶ ହୋଇ ମହାପ୍ରଭୁ ଦର୍ଶନ ଦେଇଥିଲେ। ଗତ କାଲି ଅଧରପଣା ନୀତି କାର୍ଯ୍ୟ ଶେଷ ହୋଇଥିଲା।