fbpx

ନୀଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତିରେ ଲାଭବାନ ହେବ ଓଡ଼ିଶା

ନୂଅ।ଦିଲ୍ଲୀ,୮ା୧: ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶାର ନୀଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି । ନୀଳାଚଳ ଇସ୍ପାତ ନିଗମର ବିକାଶ କରାଯିବ । BHEL, MMTC, NMDC ଓ MECONରୁ ବି ପୁଞ୍ଜି ପ୍ରତ୍ୟାହାର ହେବ । NINLରେ କେନ୍ଦ୍ର ସରକାରଙ୍କର ୪୯.୯% ଅଂଶଧନ ରହିଛି । NINLରେ ରାଜ୍ୟ ସରକାରଙ୍କର ୨୬% ଅଂଶଧନ ରହିଛି। ଖଣିଜ ଆଇନ ସଂଶୋଧନ ଅଧ୍ୟାଦେଶକୁ କ୍ୟାବିନେଟର ମଞ୍ଜୁରି ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । କୋଇଲା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ କଟକଣାକୁ ହଟାଯାଇଛି । ଇସ୍ପାତ ଶିଳ୍ପକୁ ଏଥିରୁ ବେଶୀ ଲାଭ ମିଳିବ । ଏହାସହ ଇସ୍ପାତ ଦାମ କମିବା ସାଙ୍ଗକୁ କୋଇଲା ଦାମ ମଧ୍ୟ କମିବ । ଏହାଦ୍ୱାରା ଓଡ଼ିଶାର ସର୍ବାଧିକ ନିଲାମ ହେବ ଯାହାଦ୍ୱାରା ଓଡ଼ିଶାର ରାଜସ୍ୱ ବଢ଼ିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Get real time updates directly on you device, subscribe now.