fbpx

ଏପ୍ରିଲ ୨୨ରୁ ନବମ ଶ୍ରେଣୀ ପରୀକ୍ଷା, ଜାଣନ୍ତୁ ଦଶମ କେବେ

ଭୁବନେଶ୍ୱର, ୨ା୪ (ଓଡିଶା ଭାସ୍କର): ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ନିଷ୍ପତ୍ତି ନେଇଛି । ରାଜ୍ୟ ସରକାର ଓ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ)ଙ୍କ ସହ ଆଲୋଚନା ପରେ ଓଷ୍ଟା ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଆସନ୍ତା ୨୨ରୁ ୨୪ ପର୍ଯ୍ୟନ୍ତ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ସିଟିଂ ସକାଳ ୭ଟାରୁ ୯ଟା ଓ ଦ୍ୱିତୀୟ ସିଟିଂ ସକାଳ ୯ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ ।

ସେହିପରି ଆସନ୍ତା ୫ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ୧୦ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ସିଟିଂ ସକାଳ ୭ଟା ୩୦ରୁ ୯ଟା ୩୦ ଓ ଦ୍ୱିତୀୟ ସିଟିଂ ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଚାଲିବ । ଏହି ପରୀକ୍ଷାରେ ପାଖାପାଖି ୬ ହଜାର ସରକାରୀ ଓ ବେସରକାରୀ ବିଦ୍ୟାଳୟ ଅଂଶଗ୍ରହଣ କରୁଛନ୍ତି । ୩ ଓ ୪ ତାରିଖରେ ବିଦ୍ୟାଳୟଗୁଡ଼ିକୁ ପ୍ରଶ୍ନପତ୍ର ପ୍ୟାକେଟ୍ ଯୋଗାଇ ଦିଆଯିବ । ପରୀକ୍ଷା ସରିବା ପରେ ୮ ତାରିଖରେ ସମସ୍ତ ପ୍ରଶ୍ନର ଆଦର୍ଶ ଉତ୍ତର ଓଷ୍ଟା ୱେବସାଇଟରେ ଉପଲବ୍ଧ ହେବ ଓ ୧୦ ତାରିଖ ସୁଦ୍ଧା ଖାତା ଦେଖା ଶେଷ ହେବ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.