fbpx

‘ନିପା ଭାଇରସ୍’ ନେଲା ୧୨ ବର୍ଷୀୟ ବାଳକଙ୍କ ଜୀବନ

କୋଝିକୋଡ: ଗୋଟେପଟେ କରୋନା ଭାଇରସ୍ ଯୋଗୁଁ ସାରା ବିଶ୍ୱରେ ଭୟର ବାତାବରଣ ରହିଛି । ଆଉ ଅନ୍ୟପଟେ ଅନେକ ପ୍ରକାର ଭୁତାଣୁ, ବୋଝ ଉପରେ ନଳିତା ବିଡ଼ା ସଦୃଶ ବ୍ୟାପିବାରେ ଲାଗିଛି । ଏଭଳି ସମୟରେ ନିପା ଭାଇରସ୍ ନାମକ ଏକ ଘାତକ ଭୁତାଣୁ ସଂକ୍ରମଣରେ ଜଣେ ୧୨ ବର୍ଷର ବାଳକ ପ୍ରାଣ ହରାଇଛି । ବାଳକ ଜଣକ କେରଳ କୋଝିକୋଡ୍ ଜିଲ୍ଲାର ହୋଇଥିବା ଜଣାପଡ଼ିଛି । ଶନିବାର ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା ଓ ଆଜି ସକାଳ ୫ଟା ସମୟରେ ବାଳକଟିର ମୃତ୍ୟୁ ଘଟିଥିଲା ।

ସେପ୍ଟେମ୍ବର ୩ ତାରିଖ ଦିନ ପିଲାଟିର ଅବସ୍ଥା ଦେଖିବା ପରେ, ତାହା ‘ନିପା ଭାଇରସ୍’ ସଂକ୍ରମଣ ମାମଲା ବୋଲି ପ୍ରଥମେ ରିପୋର୍ଟ କରାଯାଇଥିଲା। ତା’ ଶରୀରରେ ‘ଏନ୍ସିଫାଲାଇଟିସ୍’ ଏବଂ ‘ମାୟୋକାର୍ଡିଟିସ୍’ ଲକ୍ଷଣ ଦେଖାଯାଇଥିଲା। କେରଳରୁ ସଂଗୃହୀତ ଉକ୍ତ ନମୁନା ‘ନିପା ଭାଇରସ୍’ ପଜିଟିଭ୍ ଆସିଥିବା କଥା ପୁଣେସ୍ଥିତ ‘ଦି ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି’ ସୁନିଶ୍ଚିତ କରି କହିଛି।

କେରଳକୁ ବୈଷୟିକ ସହାୟତା ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ମଧ୍ୟ ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍’ (ଏନ୍ସିଡିସି) ଏକ ଟିମ୍ ପଠାଇଛନ୍ତି। ଆଜି ସେମାନେ ସେଠାରେ ପହଞ୍ଚିବେ।

 

Get real time updates directly on you device, subscribe now.