fbpx

ଆଜି ‘ନିପୁଣ ଭାରତ’ର ଶୁଭାରମ୍ଭ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର) : ସୋମବାର ଦିନ ୧୨ଟାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିଆଲ୍‌ ନିଶଙ୍କ ନ୍ୟାସନାଲ୍‌ ଇନିସିଏଟିଭ୍‌ ଫର ପ୍ରୋଫିସିଏନ୍ସି ଇନ ରିଡିଂ ୱିଥ୍‌ ଅଣ୍ଡରଷ୍ଟାଣ୍ଡିଂ ଆଣ୍ଡ ନ୍ୟୁମେରାସି ବା ନିପୁଣ ଭାରତର ଶୁଭାରମ୍ଭ କରିବେ । ଏହି ଅବସରରେ ‘ନିପୁଣ ଭାରତ’ ସମ୍ପର୍କିତ ଏକ କ୍ଷୁଦ୍ର ଭିଡିଓ, ସଂଗୀତ ଏବଂ ନିର୍ଦ୍ଦେଶାବଳୀ ମଧ୍ୟ ଜାରି ହେବ ।

 

୨୦୨୦ ଜୁଲାଇ ୨୯ରେ ଆରମ୍ଭ ହୋଇଥିବା ନୂଆ ଜାତୀୟ ଶିକ୍ଷାନୀତି ଅନ୍ତର୍ଗତ ଏହା ଏକ ନୂଆ ଯୋଜନା । ଯାହାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଓ ଶିକ୍ଷା ତଥା ସାକ୍ଷରତା ବିଭାଗ ଦ୍ୱାରା ପରିଚାଳନା କରାଯିବ ବୋଲି ମନ୍ତ୍ରୀ ଡ. ନିଶଙ୍କ ଟୁଇଟ୍‌ରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.