fbpx

ଫିଲିପାଇନ୍ସରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ଘଟଣା: ମୃତ୍ୟୁ ସଂଖ୍ୟା ୪୬ ଜଣକୁ ବୃଦ୍ଧି

ମାନିଲା,(ଓଡ଼ିଶା ଭାସ୍କର): ଫିଲିପାଇନ୍ସର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪୬ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୩ରୁ ଊଦ୍ଧ୍ୱର୍ ସୈନିକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ୫ଜଣ ନିଖୋଜ ଅଛନ୍ତି। ଦୁର୍ଘଟଣାଗ୍ରସ୍ତ ବିମାନରେ ୯୨ଜଣ ଅଧିକ ଥିଲେ ଓ ସେମାନଙ୍କ ମଧ୍ୟରେ ୩ଜଣ ପାଇଲଟ୍‌ ଓ ୫ଜଣ କ୍ରୁ ସଦସ୍ୟ ବୋଲି ସୂଚନା ଦିଆଯାଇଛି ।

 

ଦକ୍ଷିଣ ଫିଲିପାଇନ୍ସ ଅବତରଣ କରିବା ସମୟରେ ରନ୍‌ୱେରେ ଠିକ୍‌ଭାବେ ଓହ୍ଲାଇ ନପାରି ନିୟନ୍ତ୍ରଣ ହରାଇ ରନ୍‌ୱେ ବାହାରକୁ ଚାଲିଯାଇଥିବାରୁ ଏହି ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି ବୋଲି ସୂଚନା ଦେଇଛନ୍ତି ଫିଲିପାଇନ୍ସ ସାମରିକ ମୁଖ୍ୟ ସିରିଲିଟେ ସୋବେଜନା । ତେବେ ଜଳୁଥିବା ବିମାନର ଧ୍ୱଂସାବଶେଷରୁ ୪୦ରୁ ଊଦ୍ଧ୍ୱର୍ ଜଣଙ୍କୁ ଉଦ୍ଧାର କରାଯାଇ ପାରିଛି ବୋଲି ସେ କହିଛନ୍ତି । ସି-୧୩୦ ସାମରିକ ବିମାନ ସୁଲୁ ପ୍ରଦେଶର ଜୋଲୋ ଦ୍ୱୀପରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଏପରି ଘଟଣା ଘଟିଛି । ତେବେ ବିମାନଟି କେଉଁ କାରଣରୁ ଦୁର୍ଘଟଣାଗ୍ରସ୍ତ ହେଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିାରି ନାହିଁ । ଫିଲିପାଇନ୍ସ ପ୍ରତିରକ୍ଷା ସଚିବ ଡେଲ୍‌ଫିନ୍‌ ଲୋରେନ୍‌ଜାନ୍‌ଙ୍କ ସୂଚନା ଅନୁସାରେ ଏହି ବିମାନ ଦୁର୍ଘଟଣାର କାରଣ ସମ୍ପର୍କରେ ଜାଣିବାକୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

Get real time updates directly on you device, subscribe now.