ଅଭିନେତ୍ରୀ କରିସ୍ମାଙ୍କ ଉପରେ ଫିଦା ଏହି ୩ ଶିଶୁର ବାପା, ନିଜ ଘରର କାନ୍ଥ ସାରା ଲଗାଇଛନ୍ତି ପୋଷ୍ଟର

ବିବାହିତ ଏବଂ ୩ ଶିଶୁର ବାପା ଫିଦା ହୋଇଗଲେ କରିସ୍ମାଙ୍କ ଉପରେ, କାନ୍ଥରେ ଲଗାଇଦେଲେ ପୋଷ୍ଟର

ନୂଆଦିଲ୍ଲୀ: ନିରହୁଆ ଓରଫ ଦିନେଶ ଲାଲ ଯାଦବ ଭୋଜପୁରୀ ସିନେମାର ବଡ଼ ଷ୍ଟାର ଅଟନ୍ତି। ନିରହୁଆ ନିଜ ଫିଲ୍ମ ବ୍ୟତୀତ ନିଜ ଲଭ ଲାଇଫକୁ ନେଇ ମଧ୍ୟ ଖୁବ ଚର୍ଚ୍ଚାରେ ରହିଥାଆନ୍ତି। ଇଣ୍ଡଷ୍ଟ୍ରୀରେ ଆମ୍ରପାଲୀ ଦୁବେ ଏବଂ ତାଙ୍କର ରୋମାନ୍ସକୁ ନେଇ ଚର୍ଚ୍ଚା ହୋଇଥାଏ।

ଏହି ଦୁହେଁ ଭଲ ସାଙ୍ଗ ବୋଲି ମଧ୍ୟ ଅନେକ ଥର କହିଛନ୍ତି। କିନ୍ତୁ ଅଭିନେତା ବର୍ତ୍ତମାନ କହିଛନ୍ତି ଯେ, ସେ ଆମ୍ରପାଲୀ ନୁହେଁ, ବରଂ ଅନ୍ୟ ଜଣେ ବଲିଉଡ ହସିନାଙ୍କ ଉପରେ ଫିଦା।

କରିସ୍ମାଙ୍କ ଉପରେ ଫିଦା: ଦିନେଶ ଲାଲ ଯାଦବ ଏକ ପୋଡ୍‌କାଷ୍ଟରେ କହିଛନ୍ତି ଯେ, ୯୦ ଦଶକର ଫେମସ ଅଭିନେତ୍ରୀ କରିସ୍ମା କପୁର ତାଙ୍କୁ ବହୁତ ପସନ୍ଦ। ଏଥିସହ ସେ ନିଜ ଘରର କାନ୍ଥ ସାରା ତାଙ୍କ ପୋଷ୍ଟର ଲଗାଇଛନ୍ତି।

ଏମିତି କେତେ ଥର ମଧ୍ୟ ଘଟିଛି, ଦିନେଶ ଲାଲ ଯାଦବ କରିସ୍ମାଙ୍କ ପୋଷ୍ଟର କାନ୍ଥରେ ଲଗାଇବା ହେତୁ ନିଜ ବାପାଙ୍କଠାରୁ ଗାଳି ଶୁଣିଛନ୍ତି। ସେ କହିଛନ୍ତି, ।ାଜି ବି ସେ କରିସ୍ମାଙ୍କର ବହୁତ ବଡ଼ ଫ୍ୟାନ୍‌।

ନିରହୁଆ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ କଥା ହୋଇଛନ୍ତି। ତାଙ୍କ ସ୍ତ୍ରୀଙ୍କ ନାଁ ମନୀଷ ଯାଦବ। ତାଙ୍କର ଦୁଇଟି ପୁଅ ଆଦିତ୍ୟ, ଅମିତ ଏବଂ ଝିଅ ଆଦିତି। ସ୍ତ୍ରୀ ମନୀଷା ସବୁବେଳେ ସୋସିଆଲ ମିଡିଆଠାରୁ ଦୂରେଇ ରହିବାକୁ ଭଲପାଆନ୍ତି। ଆଜି ଯାଏଁ ବି ସେ ଗୋଟିଏ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିନାହାନ୍ତି।