fbpx

ଫାଶି ତାରିଖ ଟଳିବା ପରେ ନିର୍ଭୟା ମାଆ, ବାପାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୩୧ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ଦୋଷୀଙ୍କୁ ଫାଶୀ ଦେବା ତାରିଖ ଘୁଞ୍ଚିଥିବା ସୂଚନା ମିଳିଛି । ଫେବୃଆରୀ ୧ରେ ନିର୍ଭୟା ଗଣଦୁଷ୍କର୍ମରେ ସାମିଲ ଥିବା ଦୋଷୀମାନଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡ଼େଥ ୱାରେଣ୍ଟ ଉପରେ ରୋକ୍ ଲଗାଇଛନ୍ତି ପଟିଆଲା ହାଉସକୋର୍ଟ ।

ଫାଶୀ ତାରିଖ ପରେ ଟଳିବା ପରେ ନିର୍ଭଆ ମାଆ ଓ ବାପା ପ୍ରତିକ୍ରିୟା ରଖିଛନ୍ତି । ନିର୍ଭୟାଙ୍କ ମାଆ କହିଛନ୍ତି ଯେ ସରକାର ଦୋଷୀମାନଙ୍କୁ ଫାଶୀ ଦେବାକୁ ପଡ଼ିବ । ଦୋଷୀଙ୍କ ଓକିଲ ଆମକୁ କୋର୍ଟରେ ଚ୍ୟାଲେଞ୍ଜ କରୁଛନ୍ତି । ଆଇନ ଉପରେ ସମ୍ପୂର୍ଣ୍ଣ ଭରସା ଥିବା କହିଛନ୍ତି ନିର୍ଭୟାଙ୍କ ମା । କୋର୍ଟଙ୍କ ଠାରୁ ଏପରି କିଛି ଚମତ୍କାର ହେବ ବୋଲି ଭାବିନଥିଲି ବୋଲି ସେ କହିଛନ୍ତି । ସେହିପରି ନିର୍ଭୟାଙ୍କ ବାପା ପ୍ରତିକ୍ରିୟା ରଖି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଆମେ ନିରାଶ ହୋଇଛୁ । ଦୋଷୀଙ୍କୁ ଫାଶୀ ନହେବା ପଛରେ କେଜ୍ରିୱାଲଙ୍କ ହାତ ଥିବା ଏବଂ ତାଙ୍କର ହାତ ଥିବା କହିଛନ୍ତି ନିର୍ଭୟାଙ୍କ ବାପା ।

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଚାରି ଦୋଷୀମାନେ ଫାଶୀରୁ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାରର ରାସ୍ତା ଆପଣାଇଥିଲେ । ଜଣକ ପରେ ଜଣେ କ୍ୟୁରେଟିଭ ପିଟିସନ ଦାଖଲ କରିବା ସାଙ୍ଗକୁ ରାଜକ୍ଷମା ପାଇଁ ଆବେଦନ ମଧ୍ୟ କରିଥିଲେ । ଏନେଇ ଫାଶୀ ତାରିଖ ମଧ୍ୟ ଘୁଞ୍ଚି ଘୁଞ୍ଚି ଯାଉଥିଲା । ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ପ୍ରଥମେ ଜାନୁଆରୀ ୨୨ରେ ସକାଳ ୭ଟା ରେ ଫାଶୀ ହେବା ନେଇ ମୃତ୍ୟୁ ପରୱାନା ଜାରି ହୋଇଥିଲା । ଚାରୀ ଦୋଷୀଙ୍କ ମଧ୍ୟରୁ ମୁକେଶ ରାଜକ୍ଷମା ଆବେଦନ କରିଥିଲା । ମୁକେଶର ରାଜକ୍ଷମାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିବା ପରେ ଫାଶୀ ତାରିଖ ୧୪ଦିନ ଘୁଞ୍ଚି ଫେବୃଆରୀ ୧ ସକାଳ ୬ଟାରେ ୪ଦୋଷୀଙ୍କୁ ଫାଶୀ ଦେବାକୁ ଡ଼େଥ ୱାରେଣ୍ଟ ଜାରି କରିଥିଲେ ପଟିଆଲା ହାଉସକୋର୍ଟ । ପୁଣି ସେହିପରି ଗତ ୨୯ତାରିଖ ଦିନ ରାଜକ୍ଷମା ପାଇଁ ବିନୟ ଆବେଦନ କରିଛି ବିନୟ । ଏନେଇ ଫେବୃଆରୀ ୧ରେ ଫାଶୀ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ପାଇଁ ଆବେଦନ କରାଯାଇଥିଲା । ଏବେ ବି ରାଜକ୍ଷମା ଆବେଦନ ବିଚାରଧୀନ ଥିବାରୁ ଫାଶି ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ପାଇଁ ଆବେଦନ ହୋଇଥିଲା ।

Get real time updates directly on you device, subscribe now.