fbpx

ସେସୁ ପରେ ସାଉଥକୋ, ନେସ୍କୋର ଚେତାବନୀ: ବକେୟା ନଦେଲେ କଟିବ ଲାଇନ

ଭୁବନେଶ୍ୱର, ୩୧ା୧(ଓଡ଼ିଶା ଭାସ୍କର): ସେସୁ ପରେ ବର୍ତ୍ତମାନ ବାକି ରଖିଥିବା ବିଦ୍ୟୁତ ଗ୍ରାହକଙ୍କ ଉଦ୍ଦେଶ୍ୟରେ ଚେତାବନୀ ଜାରି କରିଛନ୍ତି ସାଉଥକୋ ଏବଂ ନେସ୍କୋ । ଏନେଇ ବକେୟା ବିଲ୍ ନଦେଲେ ଫେବୃଆରି ୧୬ରୁ ବିଜୁଳି କଟିବ । ଏହାସହ ହଜାରେ ଟଙ୍କାରୁ ଅଧିକ ବିଲ୍ ବକେୟା ଥିଲେ ଲାଇନ କଟାଯିବ । ଦକ୍ଷିଣାଞ୍ଚଳରେ ୮ଟି ଜିଲ୍ଲାର ୧୫ଲକ୍ଷ ୭୩ହଜାର ଗ୍ରାହକଙ୍କୁ ଏନେଇ ଚେତାବନୀ ଦିଆଯାଇଛି । ୧୩୫୭ କୋଟି ଟଙ୍କାର ବିଲ୍ ବାକି ପଡ଼ିଥିବା ବେଳେ ସାଉଥକୋ ସୂଚନା ଦେଇଛି । ସେହିପରି ନେସ୍କୋର ୫ଟି ଜିଲ୍ଲାରେ ୧୮ଲକ୍ଷ ୭୨ହଜାର ଗ୍ରାହକ ଅଛନ୍ତି । ୧୧ଲକ୍ଷ ଗ୍ରାହକଙ୍କ ଉପରେ ବାକି ପଡ଼ିଛି ୧୫୦୦ କୋଟିର ବିଲ୍ ।

Get real time updates directly on you device, subscribe now.