fbpx

ନିର୍ଭୟା ଗଣଦୁଷ୍କର୍ମ ମାମଲା, ଘୁଞ୍ଚିଲା ଡ଼େଥ ୱାରେଣ୍ଟ ଶୁଣାଣି

ନୂଆଦିଲ୍ଲୀ, ୧୨ା୨:ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ନିର୍ଭୟା ଗଣଦୁଷ୍କର୍ମ ମାମଲା ହୋଇଥିଲା । ନୂଆ ଡ଼େଥ ୱାରେଣ୍ଟ ଜାରି ପାଇଁ ଆବେଦନ ଉପରେ ଆଜି ଶୁଣାଣି ଥିବା ବେଳେ ତାହା ଘୁଞ୍ଚିଥିବା ଜଣାପଡ଼ିଛି । ଦୋଷୀ ପୱନକୁ ଓକିଲ ଯୋଗାଇବା ପରେ ଆସନ୍ତାକାଲି ଶୁଣାଣି ହେବ । ପରେ କୋର୍ଟରେ ନିର୍ଭୟାଙ୍କ ମା କାନ୍ଦିବା ସହ ଡ଼େଓ ୱାରେଣ୍ଟ ପାଇଁ ନେହୁରା ହୋଇଛନ୍ତି । ନିର୍ଭୟାଙ୍କ ବାପା-ମାଆ ଓ ତିହାର ଜେଲ କର୍ତ୍ତୃପକ୍ଷ ନୂଆ ଡ଼େଥ ୱାରେଣ୍ଟ ତାରିଖ ଧାର୍ଯ୍ୟ କରିବାକୁ ଆବେଦନ କରିଥିଲେ । ଗତ ୬ତାରିଖ ଦିନ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଯାଇଥିଲେ ତିହାର ଜେଲ କର୍ତ୍ତୃପକ୍ଷ । ପୁଣି ଥରେ ଡ଼େଥ ୱାରେଣ୍ଟ ଜାରି ପାଇଁ ଏବଂ ଫାଶୀ ତାରିଖ ଧାର୍ୟ୍ୟ କରିବା ପାଇଁ ଜେଲ କର୍ତ୍ତୃପକ୍ଷ କୋର୍ଟରେ ଆବେଦନ କରିଥିଲେ । କିନ୍ତୁ ଆଜି ନୂଆ ଡ଼େଥ ୱାରେଣ୍ଟ ଜାରି କରିବାକୁ ମନା କରିଥିଲେ କୋର୍ଟ । ୪ଦୋଷୀଙ୍କୁ ନ୍ୟାୟିକ ଆବେଦନ ପାଇଁ ସପ୍ତାହେ ଦେଇଥିଲେ ହାଇକୋର୍ଟ ।
ଗତ ଫେବୃଆରୀ ୧ରେ ନିର୍ଭୟା ମାମଲାରେ ସମ୍ପୃକ୍ତ ୪ଦୋଷୀଙ୍କୁ ଫାଶୀ ହୋଇଥାନ୍ତା । କିନ୍ତୁ ଦୋଷୀ ବିନୟ ରାଜକ୍ଷମା ଆବେଦନ କରିଥିବାରୁ ଏବଂ ରାଜକ୍ଷମା ଆବେଦନ ବିଚାରଧୀନ ଥିବାରୁ ଡ଼େଥ ୱାରେଣ୍ଟ ଉପରେ ରୋକ୍ ଲଗାଇଥିଲେ ପଟିଆଲା ହାଉସକୋର୍ଟ ।

Get real time updates directly on you device, subscribe now.