fbpx

ନିର୍ଭୟା ମାମଲା, ଆସନ୍ତାକାଲି ଦିଆଯିବନି ଫାଶି

ନୂଆଦିଲ୍ଲୀ, ୨ା୩: ଆସନ୍ତାକାଲି ନିର୍ଭୟା ମାମଲାରେ ସମ୍ପୃକ୍ତ ଥିବା ଚାରି ଦୋଷୀଙ୍କୁ ଫାଶି ଦିଆଯିବନି । ଫାଶୀ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ଦିଲ୍ଲୀ ପଟିଆଲା ହାଉସକୋର୍ଟ । ପରବର୍ତ୍ତୀ ଆଦେଶ ଯାଏଁ ଫାଶୀ ସ୍ଥଗିତ ରଖିଛନ୍ତି ପଟିଆଲା ହାଉସକୋର୍ଟ । ଆସନ୍ତାକାଲି ସକାଳ ୬ଟାରେ ୪ଦୋଷୀଙ୍କୁ ଫାଶୀ ଦିଆଯିବାର ଥିଲା । ସେହିପରି ପୂର୍ବରୁ ମଧ୍ୟ ୨ଥର ଡ଼େଥ ୱାରେଣ୍ଟ ଉପରେ ରୋକ ଲଗାଯାଇଥିଲା । ସୂଚନାଯୋଗ୍ୟ ଯେ ପୂର୍ବରୁ ଜାନୁଆରି ୨୨ ଓ ଫେବୃଆରୀ ୧କୁ ଫାଶୀ ଦିନ ଧାର୍ଯ୍ୟ ହୋଇଥିଲା ।

Get real time updates directly on you device, subscribe now.