fbpx

ନିର୍ଭୟା ମାମଲା, ଆଇସିଜେ ଗଲେ ତିନି ଦୋଷୀ

ନୂଆଦିଲ୍ଲୀ, ୧୬ା୩: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଚାରି ଦୋଷୀଙ୍କ ମଧ୍ୟରୁ ତିନି ନିର୍ଭୟା ଦୋଷୀ ଅନ୍ତର୍ଜାତୀୟ ନ୍ୟାୟାଳୟ ଯାଇଛନ୍ତି । ତିନି ଦୋଷୀ ଅକ୍ଷୟ, ପବନ ଓ ବିନୟ ଯାଇଛନ୍ତି । ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ପାଇଁ  ଆଇସିଜେ ଯାଇଛନ୍ତି ।
ଗତ ୫ତାରିଖ ଦିନ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଥିବା ୪ଦୋଷୀଙ୍କୁ ଫାଶି ଦେବା ପାଇଁ ସାନି ଡ଼େଥ୍ ୱାରେଣ୍ଟ ଜାରି କରିଥିଲେ ପଟିଆଲାହାଉସ କୋର୍ଟ । ମାର୍ଚ୍ଚ ୨୦ରେ ୪ଦୋଷୀ ଅକ୍ଷୟ, ପବନ, ବିନୟ ଓ ମୁକେଶକୁ ଫାଶି ଦିଆଯିବ । ମାର୍ଚ୍ଚ ୨୦ସକାଳ ୫ଟା ୩୦ରେ ଫାଶି ଦିଆଯିବା ନେଇ ସମୟ ଧାର୍ୟ୍ୟ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୩ରେ ହେବାକୁ ଥିବା ଫାଶୀ ଉପରେ ସ୍ଥଗିତାଦେଶ ଲଗାଇଥିଲେ ଦିଲ୍ଲୀ ପଟିଆଲା ହାଉସକୋର୍ଟ । ତେଣୁ ୩ତାରିଖ ଦିନ ଚାରି ଦୋଷୀଙ୍କୁ ଫାଶି ଦିଆଯାଇ ନଥିଲା । ଏହାକୁ ମିଶି ୩ଥର ଘୁଞ୍ଚିଥିଲା ଫାଶି ତାରିଖ । ପୂର୍ବରୁ ଜାନୁଆରି ୨୨, ପେବୃଆରୀ ୧ ଓ ମାର୍ଚ୍ଚ ୩ ରେ ମଧ୍ୟ ଡ଼େଥ ୱାରେଣ୍ଟ ଉପରେ ରୋକ୍ ଲଗାଇଥିଲେ ପଟିଆଲା ହାଉସକୋର୍ଟ । ଫାଶୀ ଆଳରୁ ବଞ୍ଚିବା ପାଇଁ ଦୋଷୀମାନେ ନୂଆ ନୂଆ ଚାଲ୍ ଖେଳିବାରେ ଲାଗିପଡ଼ିଛନ୍ତି ।

Get real time updates directly on you device, subscribe now.