fbpx

ଆସନ୍ତାକାଲି କୋର୍ଟରେ ହାଜର ହେବେ ନିର୍ଭୟା ଦୋଷୀ, ହୋଇପାରେ ଫାଶୀଦଣ୍ଡ !

ନୂଆଦିଲ୍ଲୀ,୧୨ ।୧୨: ନିର୍ଭୟା ଗଣଦୁଷ୍କର୍ମର ୪ ଅଭିଯୁକ୍ତ ଆସନ୍ତାକାଲି ପଟିଆଲା ହାଉସ କୋର୍ଟରେ ହାଜର ହେବେ । ଦୋଷୀଙ୍କୁ ଭିସି ଜରିଆରେ ହାଜର କରାଯିବ । ନିର୍ଭୟାର ୪ ଦୋଷୀଙ୍କ ଓକିଲ କାଲି ପଟିଆଲା ହାଉସ କୋର୍ଟରେ ହଲଫନାମା ଦାଖଲ କରିବା ପରେ ଭିସି ଜରିଆରେ ଏହାର ଣୁଣାଣି ହେବ ।

ପଟିଆଲା ହାଉସ କୋର୍ଟର ଜଜ୍ ସତୀଶ କୁମାର ଅରୋଡା ତିହାର ଜେଲରେ କହିଛନ୍ତି ଯେ, ଆସନ୍ତାକାଲି ୧୦ଟାରେ ଭିଡିଓ କନଫରେନ୍ସି ଜରିଆରେ ଏହି ଘଟଣାର ଶୁଣାଣି ହେବ । ଦୋଷୀଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ଭିସି ଜରିଆରେ ହାଜର କରାଯିବ । କୋର୍ଟ ଓ ତିହାର ପ୍ରଶାସନଙ୍କ ସହମତି ପରେ ଏପରି ନିଷ୍ପତ୍ତି ନିଆଯାଇଛି । ଶୁଣାଣି ସମୟରେ ନିର୍ଭୟାଙ୍କ ମାତା-ପିତା ଓ ତାଙ୍କ ଓକିଲ ମଧ୍ୟ ଉପସ୍ଥିତ ରହିବେ ।

ତେବେ ପୂର୍ବଥର ଶୁଣାଣି ସମୟରେ ନିର୍ଭୟାଙ୍କ ମା’ କାନ୍ଦି ଦୋଷୀଙ୍କୁ କେବେ ଫାଶୀ ହେବ ବୋଲି ପ୍ରଶ୍ନ କରିଥିଲେ । ଅନ୍ୟପଟେ ଜଣେ ଦୋଷୀ ରାଷ୍ଟ୍ରପତିଙ୍କ ନିକଟକୁ ରାଜକ୍ଷମା ପାଇଁ ଯାଚିକା ପଠାଇଛନ୍ତି । ରାଷ୍ଟ୍ରପତି ଏନେଇ ନିଷ୍ପତ୍ତି ନେବେ । ଅନ୍ୟ ଜଣେ ଦୋଷୀଙ୍କ ରାଜକ୍ଷମା ଖାରଜ ହୋଇଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୨ରେ ରାଜଧାନୀ ନୂଆଦିଲ୍ଲୀର ଏକ ଚଳନ୍ତା ବସ୍‌ ମଧ୍ୟରେ ଜନୈକା ପାରାମୋଡିକାଲ ଛାତ୍ରୀ ନିର୍ଭୟାଙ୍କୁ- ପବନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ ଠାକୁର, ମୁକେଶ ସିଂହ ଓ ରାମ ସିଂହ ନାମକ- ୫ ଜହ୍ଲାଦ ନିର୍ମମ ଭାବେ ଗଣଦୁଷ୍କର୍ମ କରି ରାଜଧାନୀର ରାଜରାସ୍ତା ଉପରେ ଫିଙ୍ଗି ଦେଇଥିଲେ। ଏକ ଫାଷ୍ଟଟ୍ରାକ୍‌ କୋର୍ଟରେ ଏହି ମାମଲାର ବିଚାର ହେବାପରେ ବିଚାରପତି ଏହି ୫ ଜଣଙ୍କୁ ଏହି ମାମଲାରେ ଅପରାଧୀ ଘୋଷିତ କରି ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ତେବେ, ତିହାର ଜେଲରେ ଥିବା ଏହି ୫ ଜଣ ଅପରାଧୀଙ୍କ ମଧ୍ୟରୁ ରାମ ସିଂହ ଗତ ୨୦୧୩ ମାର୍ଚ୍ଚ ମାସରେ ଆତ୍ମହତ୍ୟା କରିଦେବା ପରେ ଏବେ ଅନ୍ୟ ୪ ଅପରାଧୀ ଏବେ ତିହାର ଜେଲରେ ରହିଛନ୍ତି।

Get real time updates directly on you device, subscribe now.