fbpx

ଅଯୋଧ୍ୟା ମାମଲା: ସମସ୍ତ ପୁନର୍ବିଚାର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨ ।୧୨: ଅଯୋଧ୍ୟା ବିବାଦ ମାମଲାରେ ସମସ୍ତ ପୁନର୍ବିଚାର ଆବେଦନକୁ ଆଜି ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଛନ୍ତି । ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଅଯୋଧ୍ୟା ପୁନର୍ବିଚାର ନେଇ ମୋଟ୍ ୧୮ଟି ଆବେଦନ ହୋଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ସୁପ୍ରିମକୋର୍ଟ ରାୟ ଦେଇଥିଲେ । ଏହା ସହ ମୁସଲିମମାନଙ୍କୁ ଅନ୍ୟତ୍ର ୫ ଏକର ଜମି ଦେବାକୁ ସୁପ୍ରିମକୋର୍ଟ କହିଥିଲେ ।

Get real time updates directly on you device, subscribe now.