fbpx

ଆସନ୍ତାକାଲି ନିର୍ଭୟା ମାମଲାର ଶୁଣାଣି

ନୂଆଦିଲ୍ଲୀ,୬ ।୨: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସନ୍ତାକାଲି ସୁପ୍ରିମକୋର୍ଟରେ କେନ୍ଦ୍ରର ଆବେଦନ ଉପରେ ଶୁଣାଣି ହେବ । ମାମଲାର ତୁରନ୍ତ ଶୁଣାଣି ପାଇଁ ପ୍ରସ୍ତୁତ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେବେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଛି କେନ୍ଦ୍ର । ୪ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବାକୁ କେନ୍ଦ୍ର ଆବେଦନ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ୭ଦିନ ମଧ୍ୟରେ ସମସ୍ତ ଆଇନଗତ କାର୍ଯ୍ୟ ପୂରଣ କରିବାକୁ ୪ଦୋଷୀଙ୍କୁ ଗତକାଲି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହାସହ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯାଇ ପାରିବନାହିଁ ବୋଲି ହାଇକୋର୍ଟ କହିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ତତ୍କାଳ ଫାଶି ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । କେନ୍ଦ୍ର ସରକାର ଓ ତିହାର ଜେଲ କର୍ତ୍ତୃପକ୍ଷଙ୍କ ଆବେଦନ ଉପରେ ରାୟ ଶୁଣାଇଛନ୍ତି । ଷ୍ଟେ ଉଠାଇ ଦୋଷୀଙ୍କୁ ତତ୍କାଳ ଫାଶି ପାଇଁ ଆବେଦନ ହୋଇଥିଲା । ଡ଼େଥ ୱାରେଣ୍ଟ ସ୍ଥଗିତ ନେଇ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା । ତଳକୋର୍ଟଙ୍କ ସ୍ଥଗିତାଦେଶକୁ ଚାଲେଞ୍ଜ କରିଥିଲେ ଉଭୟ ପକ୍ଷ ।

Get real time updates directly on you device, subscribe now.