fbpx

ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା, ବଢ଼ିଲା ଆଇଟିଆର ଦାଖଲ ଅବଧି

ନୂଆଦିଲ୍ଲୀ, ୨୪ା୩: ସାରା ବିଶ୍ୱର ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା ଭାଇରସ୍ । କରୋନା ମୁକାବିଲା ପାଇଁ ଲକ୍ ଡାଉନ ଜରୁରୀ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସେ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି । ୨୦୧୮-୧୯ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲର ଅବଧିକୁ ବୃଦ୍ଧି କରାଯାଇଛି । ଆଇଟିଆର ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୧ ବଦଳରେ ଜୁନ ୩୦କୁ ବୃଦ୍ଧି କରାଯାଇଛି । ବିଳମ୍ବିତ ପୈଠ ପାଇଁ ସୁଧହାର ୧୨%କୁ ୯%କୁ କମିଛି । ବିଳମ୍ବିତ ଟିଡ଼ିଏସ୍ ଅର୍ଥ ଜମା ପାଇଁ ସୁଧହାର ୧୮% ରୁ ୯% କମିଛି । ବିବାଦରୁ ବିଶ୍ୱାସ ଯୋଜନାରେ ଶେଷ ତାରିଖ ଜୁନ ୩୦କୁ ବୃଦ୍ଧି କରାଯାଇଛି । ଏହାସହ ଲାଗୁ ହେଉଥିବା ଅତିରିକ୍ତ ୧୦% ଅର୍ଥ ଦେବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି । ମାର୍ଚ୍ଚ, ଏପ୍ରିଲ ଓ ମେ ର ଜିଏସଟି ରିଟର୍ଣ୍ଣିଂ ଦାଖଲ ଅବଧି ଜୁନ ୩୦କୁ ବୃଦ୍ଧି କରାଯାଇଛି । ୫କୋଟିରୁ କମ୍ ଟର୍ଣ୍ଣଓଭର ଥିବା କମ୍ପାନୀ ପାଇଁ ସୁଧ ଓ ଜୋରିମାନା ଛାଡ଼ ହେବ ବୋଲି ସୀତାରମଣ କହିଛନ୍ତି । ସେହିପରି ବଡ଼ କମ୍ପାନୀ ପାଇଁ ସୁଧହାର ୯%କୁ କମାଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।

Get real time updates directly on you device, subscribe now.