fbpx
BSKY SKY
BSKY SKY

ବଜେଟ୍ ଉପସ୍ଥାପନ ବେଳେ ଅଚାନକ ଅସୁସ୍ଥ ହୋଇପଡିଥିଲେ ନିର୍ମଳା ସୀତାରମଣ, ତଥାପି ମାନିଲେନି ହାର

BSKY

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାର ପକ୍ଷରୁ ଦ୍ୱିତୀୟ କାର୍ଯ୍ୟକାଳରେ ଶେଷ ବଜେଟ୍ ଆଜି ଉପସ୍ଥାପନ କରାଯାଉଛି । ଏହା ନିର୍ବାଚନ ବର୍ଷ ଥିବାରୁ ସରକାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ । ତେବେ ଆଗକୁ ନିର୍ବାଚନ ଥିବାରୁ ସରକାର ଏହି ବଜେଟ୍‌ରେ ବହୁ ଲୋଭନୀୟ ଯୋଜନା ବିଷୟରେ ଘୋଷଣା କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି । ବଜେଟ୍ ଭାଷଣ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲେକସଭାରେ ପଢିବେ । ସାଧାରଣତଃ ବଜେଟ୍ ଭାଷଣ ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ ।

୨୦୧୯ରୁ ନିର୍ମଳା ସୀତାରମଣ ଅର୍ଥ ମନ୍ତ୍ରଣାଳୟ ସମ୍ଭାଳୁଛନ୍ତି ଓ ସେବେଠାରୁ ସେ ବଜେଟ୍ ଉପସ୍ଥାପନ କରି ଆସୁଛନ୍ତି । ଏହିପରି ୨୦୨୦ ଫେବୃୟାରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ବଜେଟ୍ ଉପସ୍ଥାପନ କରୁଥିଲେ । ଏହି ସମୟରେ ବଜେଟ୍ ଭାଷଣ ପଢୁ ପଢୁ ୨ ଘଣ୍ଟାରୁ ବି ଅଧିକ ସମୟ ହୋଇଯାଇଥିଲା । ସେ ବଜେଟ୍ ପଢୁଥିବା ସମୟରେ ଅଚାନକ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଏହି ସମୟରେ କ୍ୟାବିନେଟ୍‌ରେ ତାଙ୍କ ସହଯୋଗୀ ହରସିମରତ କୌର ତାଙ୍କ ପାଖରେ ପହଞ୍ଚିଥିଲେ ଓ ତାଙ୍କୁ ସମ୍ଭାଳି ନେଇଥିଲେ । ସେ ତାଙ୍କୁ କିଛି ମେଡିସନ ବି ଖାଇବାକୁ ଦେଇଥିଲେ ।

ମେଡିସିନ୍ ଖାଇବା ପରେ ଯେତେବେଳେ ନିର୍ମଳା ସୀତାରମଣ ପୁଣି ବଜେଟ୍ ପଢିବାକୁ ପ୍ରସ୍ତୁତ ହୋଇଥିଲେ ସେତେବେଳେ ତାଙ୍କ ପାଖରେ ବସିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ବାକି ପୃଷ୍ଠା ନ ପଢିବାକୁ କହିଥିଲେ । କିନ୍ତୁ ନିର୍ମଳା ସୀତାରମଣ ନିଜକୁ ସମ୍ଭାଳି ନେଇ ପୁଣି ବଜେଟ୍ ପଢିବା ଆରମ୍ଭ କରିନେଇଥିଲେ ।

Get real time updates directly on you device, subscribe now.