fbpx
BSKY
BJD YOUTH SKY
BJD MS SKY

Budget 2024 Live: ଅର୍ଥମନ୍ତ୍ରୀ ସଂସଦରେ ଅନ୍ତରୀଣ ବଜେଟ ଆଗତ କରୁଛନ୍ତି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଆଜି ସଂସଦରେ ଅନ୍ତରୀଣ ବଜେଟ ଆଗତ କରିଛନ୍ତି । ଏହା ମୋଦୀ ସରକାରଙ୍କ ଦ୍ୱିତୀୟ ଅନ୍ତରୀଣ ବଜେଟ । ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ନୂଆ ସରକାର କାର୍ଯ୍ୟଭାର ଗ୍ରହଣ କରିବା ପର୍ଯ୍ୟନ୍ତ କେନ୍ଦ୍ର ସରକାର ଜନସାଧାରଣଙ୍କ ମଧ୍ୟରେ ଅନେକ ଆଶା ସୃଷ୍ଟି କରିବାକୁ ପ୍ରୟାସ କରିବେ । ଅନ୍ତରୀଣ ବଜେଟକୁ ‘ଭୋଟ-ଅନ-ଆକାଉଣ୍ଟ’ ବୋଲି କୁହାଯାଇଥାଏ । ସେଥିରେ ସରକାର କିଛି ମାସ ପାଇଁ ଏକ ଆର୍ଥିକ ଯୋଜନା ପ୍ରସ୍ତୁତ କରିଥାନ୍ତି । ଅଧିକାଂଶ ସମୟରେ କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ଏହି ବଜେଟ ଆଗତ କରାଯାଇଥାଏ ।

ଆସନ୍ତା ୩ ମାସ ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଆଗକୁ ଦେଶରେ ଯେଉଁ ସରକାର ଶାସନ କରିବ ସେହି ସରକାର ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ପୂର୍ଣ୍ଣ ବଜେଟ୍ ଆଗତ କରିବ । ସାଧାରଣ ନିର୍ବାଚନ ପୂର୍ବରୁ ଭାରତରେ ପୂର୍ଣ୍ଣ ବଜେଟ ଆଗତ ହୁଏ ନାହିଁ । ଏହା ଦେଶରେ ପୂର୍ବରୁ ପରମ୍ପରା ରହିଆସିଛି । ନୂଆ ସରକାର ନିଜର ପୂର୍ଣ୍ଣ ବଜେଟ ଆଗତ କରିବା ପୂର୍ବରୁ ସରକାରୀ ଖର୍ଚ୍ଚକୁ କଭର କରିବା ପାଇଁ ଏକ ଅନ୍ତରୀଣ ବଜେଟ ଆଗତ କରାଯାଇଥାଏ ।

ନିଜ ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା କହିଛନ୍ତି, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଅଧିନରେ ୭୮ ଲକ୍ଷ ଷ୍ଟ୍ରିଟ ଭେଣ୍ଡର୍ସଙ୍କୁ ତୃତୀୟ ଥଣ ଋଣ ପ୍ରଦାନ କରାଯାଇଛି । ପିଏମ କିଷାନ ଯୋଜନାର ଲାଭ ସାରା ଦେଶରେ ୧୧.୮ କୋଟି କୃଷକ ପାଇଛନ୍ତି । ଗତ ୧୦ ବର୍ଷରେ ଲୋକଙ୍କୁ ଘର, ବିଜୁଳି, ବ୍ୟାଙ୍କ ଖାତା, ରୋଷେଇ ଗ୍ୟାସ ପ୍ରଦାନ କରାଯିବା ସହିତ ସମସ୍ତଙ୍କ ପାଇଁ ଜଳ ଯୋଗାଇବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ୮୦ କୋଟି ଲୋକଙ୍କ ଖାଦ୍ୟ ଚିନ୍ତା ଦୂର କରାଯାଇଛି । ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଭାରତ ଭାବେ ଗଢ଼ିତୋଳିବା ଉପରେ କାର୍ଯ୍ୟ ଚାଲିଛି । ୨୦୧୪ରେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ‘ସବକା ସାଥ, ସବକା ବିକାଶ’ ନାରା ଦେଇ ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରି ଦେଶକୁ ଆଗକୁ ନେବାରେ ସକ୍ଷମ ହୋଇଥିଲେ ।

Get real time updates directly on you device, subscribe now.